OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବିଶ୍ଵ ଦେଖ ଆଜି ସ୍ତବ୍ଧ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିଶ୍ଵ ଦେଖ ଆଜି ସ୍ତବ୍ଧ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଜାଗି ଉଠିଅଛି ଭାରତୀୟ ପ୍ରାଣ ଭାରତ ମାତାର ଜୟ
ଜୟ ଜୟ କର ଜବାନ, କିଷାନ, ବିଜ୍ଞାନୀ ଭାରତୀ ଜୟ   ।।
ପ୍ରତି ପ୍ରାଣେ ପ୍ରାଣେ କୁହୁଳି ଉଠୁଛି ଆଜି ସେ ଦୁଃଖଦ ଦିନ
ସହିଦ୍ ହୋଇଲେ ପୁଲୁବାମା ଠାରେ ଯେଦିନ ଭାରତ ସୈନ   ।।

ବୀରଗତି ଲଭି ମାଳ ମାଳ ଶବ ସହିଦ୍ କଫିନ୍ ଯାତ୍ରା
ଭାରତୀୟ ବୀର ଦେଖି ତା ଦେହରେ ଫୁଟିଯାଇଥିଲା କଣ୍ଟା   ।।
ଫୁଟିଉଠିଥିଲା ବୀରର ରକତ ଅଶ୍ରୁ ବଦଳରେ ଲହୁ
ଶପଥ ନେଇଛି ଜାତୀୟ ଜୀବନ ତ୍ରୀରଙ୍ଗା ମୋ ଉଡୁଥାଉ   ।।

ସହିଦ୍ ଘରଣୀ ଈଶ୍ଵରୀ ଶକ୍ତି ତା ହୃଦୟ ର କୋହ ନିଆଁ
ଅବୋଧ ଶିଶୁ ର ଇଶ୍ଵରୀୟ ଜ୍ୟୋତି ପ୍ରସାଦ ତୋ ପାଇଁ ସାହା   ।।
ଆଗେଇ ଚାଲରେ ଜାଗ୍ରତ ହୁଅ ମୋ ଦେଶ ଯୁବକ ବଳ
ଦୁର୍ଗା, ପାର୍ବତୀ, ରାଣୀ ଲକ୍ଷ୍ମୀବାଈ ସାଜ ମୋର ମାତୃକୁଳ  ।।

ଆତଙ୍କ ବାଦର ବିରୁଦ୍ଧେ ଲଢେଇ ଆତଙ୍କି ଜାତୀୟ ଶତ୍ରୁ
ଭାରତୀୟ ବୀର ଧୁର୍ଜଟି ,ଅଗ୍ନି ଜାଳିବ ତୃତୀୟ ନେତ୍ରୂ  ।।
ବୀର ସହିଦ୍ ର କଫିନ୍ ଉପରେ ଅନେକ ଝରିଛି ଅଶ୍ରୁ
ନଟରାଜ ନୃତ୍ୟେ ଜାଳିଦିଅ ବୀର ବର୍ଷୁ ରେ ଅଗ୍ନି ବର୍ଷୁ   ।।

ଶାନ୍ତିର ବାର୍ତ୍ତା ପ୍ରସରେ ଏ ଦେଶୁ ବୁଦ୍ଧ, ଜଇନର ଦେଶ
ବିବେକାନନ୍ଦ, ନେତାଜୀ ସୁବାଷ ଗାନ୍ଧୀ (ରଚି) ବିଶ୍ଵ ଇତିହାସ  ।।
ଅହିଂସା ଆମର ପରମଧର୍ମ ରେ ସତ୍ୟର ଜୟଗାନ
କରେ ଭାରତୀୟ ଭାତୃତ୍ତ୍ଵ ବନ୍ଧନ  ଅଟେ ଭାରତୀୟ ଧର୍ମ   ।।

ସବୁ ସହିବାର ପ୍ରତିବଦଳରେ ସହିଦ୍ ର ଉପହାର
ବିଶ୍ଵ ଦରବାର ଦେଖି ସ୍ତବ୍ଧ ହେଲା ଆତଙ୍କିର କାରବାର   ।।
ଶାନ୍ତି, ମୈତ୍ରୀ, ଅହିଂସା ଭୂଖଣ୍ଡ ବିଶ୍ଵେ ଭାରତବର୍ଷ
ଆସ ବିଶ୍ଵବାସି ମୋ ଭାଇ ଭଉଣୀ ଆତଙ୍କ ହେଉରେ ଶେଷ   ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments