OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ବିରୋଧୀ - ଅନାମ ଚରଣ ସାହୁ

ବିରୋଧୀ - ଅନାମ ଚରଣ ସାହୁ

ବିରୋଧୀ କହିଲେ ନୁହେଁ ରାଜନୀତି
ଟାଣିବା ଶାସକ ପାଦ
ଦେଶ ହିତେ ସିନା କରିବା କାର୍ଯ୍ଯଟି
ନକରି ବାଦ ବିବାଦ ।
ପ୍ରଧାନ ମନ୍ତିରୀ ସାରା ରାଇଜର
ଦଳରୁ ଉର୍ଦ୍ଧ୍ବରେ ସେହି
ତାଙ୍କ ସନମାନ ଦେଶ ସନମାନ
ନ ଭୁଲିବା ଆମେ କେହି ।
ଶାସକକୁ ଘେରି ସେନାକୁ ପ୍ରହାରି
ଶୁଣାଉଛ ଯେଉଁ ବାଣୀ
ଦେଶ ହିତେ ନୁହେଁ ସେନା ହିତେ ନୁହେଁ
ବନ୍ଧନକୁ ଦିଏ ହାଣି ।
ରାଜନୀତି ଭୁଲି ବିବେକ ପଚାରି
ଥରଟିଏ କର ଚିନ୍ତା
ଦେଶ ଜାତି ଲାଗି ଉଜାଗର ରହି
ସୀମା କି ଜଗନ୍ତି ନେତା !
ପାରିବକି କେବେ ବଇରୀର ଗୁଳି
ହୃଦୟେ କରି ଧାରଣ
ତେବେ ଯାଇ ସଚ୍ଚା ବିରୋଧୀ ହୋଇବ
କରିବ ଦେଶ ତାରଣ ।
-------------------------
ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

0 Comments