ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବିହଙ୍ଗ ଭୂସ୍ଵର୍ଗ - ସଲିଳ କୁମାର ସ୍ଵାଇଁ

ବିହଙ୍ଗ ଭୂସ୍ଵର୍ଗ - ସଲିଳ କୁମାର ସ୍ଵାଇଁ


ଚିଲିକା  କୂଳିଆ  ଗାଆଁଟି  ମୋର
           ଭାରି ସୁନ୍ଦର
ମୋ ଗାଆଁ ମୋ ପାଇଁ ଅଳକାପୁର ।
ବିଲ  ନଈପଠା   ତୋଟା  ପ୍ରାନ୍ତର
           ଅତି  ନିଜର
ଏଇଠି  ମଶାଣି    ଓ   ଷଠୀଘର ।
ମଂଗଳାଯୋଡି'ର   ଭୂମି  ଆଦର
           ପକ୍ଷୀ ବିହାର
ବିଦେଶୁ   ଆସନ୍ତି   ପକ୍ଷୀ  ପ୍ରଚୁର ।
ଚିଲିକା ବୁକୁରେ    ନୌକାବିହାର
          କି' ମନୋହର
ନଳବଣେ  ପକ୍ଷୀ      ଚମତକାର ।
ଦେଖ  ପର୍ଯ୍ୟଟନ     ମାନଚିତର
          ସାରା  ବିଶ୍ଵର
ସ୍ଵତନ୍ତ୍ର ମାନ୍ୟତା   ଆମ ଗାଆଁ'ର ।
ଶୀତରେ  ପକ୍ଷୀଙ୍କ    ସରଗପୁର
          ବିହଂଗ  ଘର
ଟ୍ଯୁରିଷ୍ଟ  ବିହଗେ  କରୁ ଆଦର ।

  ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ

0 Comments