ବିବସତା - ପୂର୍ଣ୍ଣଚନ୍ଦ୍ର ଭୂୟାଁ

ବିବସତା - ପୂର୍ଣ୍ଣଚନ୍ଦ୍ର ଭୂୟାଁ



କାହିଁକି ମନେହୁଏ, ଅସହାୟ ଯନ୍ତ୍ରଣା,
ସତେଅବା ଛିଣ୍ଡି ପଡୁଛି ମୋ ଉପରେ ମହାକାଶ,
ଖସିପଡୁଛି ମାଟିସବୁ ମୋ ପାଦତଳୁ,
ଲାଗେ ମୋତେ ବ୍ୟସ୍ତ, ବିବ୍ରତ ଓ ଛଟପଟ l
କି ସମ୍ପର୍କ ତୋର ମୋର ?
କି ମାୟା ମୋହ ମୋର ତୋର ଠାରେ !
ନିୟତିର କି ବିଚାର !
ବୁଝିପାରେନି ଏ କି ମୋର ବିବସତା ?
ତୋ ସହ କ୍ଷଣିକେ ବାର୍ତ୍ତାଳାପ ପାଇଁ ମରିଯାଏ,
ଅପେକ୍ଷାର ଯନ୍ତ୍ରଣା ସୁଖଦରେ l

Purna Chandra Bhuyan
Berhampur, Ganjam