ବେଳାଭୂମିରେ - ସୁଧାକର ସେଠୀ

ବେଳାଭୂମିରେ - ସୁଧାକର ସେଠୀ



ତୁମେ ହସିଦେଲେ ସାଗର କୂଳେ
ଲକ୍ଷେ ମୁକୁତା ପଡଇ ଝରି
ଖିଆଲି ମନଟି ହୋଇ ଯାଏ ଚଗଲା
ତୁମ ପ୍ରୀତିର ପରଶ ପାଇ

ହଜିଯାଏ ତୁମ ପ୍ରେମ ଫଗୁଣରେ
ଦୁର ଦିଗବଳୟ ରହେ ସାଖି
ଭାସି ଭାସି ଚାଲେ ନିରବେ ବିଜନେ
ଚଗଲି ଢେଉର ସାଥେ ମିଶି

ଚୁପି ଚୁପି ଆସି ପରଜା ପତିଟି
କହୁଥିଲା କେତେ କଥା
ପୀରତି ତୋହର ଏତେ ମାଦକତା
ଭୁଲିଛି ମୁଁ ସବୁ ରାସ୍ତା

ଝାଉଁ ବଣ ଆସି କହିଯାଏ କାନେ
କେତେ  ଅକୁହା କାହାଣୀ
ତର ମୋର ସେ ମଧୁର ପୀରତିର
ବାସ୍ତବତାର ରାଗିଣୀ

କିଛି ନୀରବତା ଭେଦକରିଯାଏ
ତ ଆଖିରୁ ମୋ ଆଖିକୁ
ମଧୁର ଲଗନେ ତନୁ ଶିହରୀ ଉଠେ
ତବ ଛୁଆଁ ପାଇବାକୁ

ହଂସ ହଂସରାଲୀ ଉଡି ଯାଉଛନ୍ତି
ଦିଶି ଯାଉଛି  ଛତି
ପୂରୂବ ଆକାସେ ସନ୍ଦୁରା ଫାଟିଲା
ଆହାକି ସୁନ୍ଦର କାନ୍ତି

ସାଗର ଗର୍ଭରୁ ବାଳ ସୂରୂଜଏ
ଆସୁଥିଲେ ହସିହସି
ସେ ରକ୍ତିମଆଭା ଦେଖିଦେଇ ନେତ୍ରେ
ସପନେ ଯାଇଛି ହଜି

ଦିନ ବଢିଲେ ଚଳ ଚଞ୍ଚଳ ସବୁ
ପ୍ରକୃତି ହୁଏ ସଜେଇ
ବଧୁଲି ଅଧରେ ଉଙ୍କିମାରେ ହସ
ନିଜକୁ ଦିଏ ହଜେଇ

ନୈସର୍ଗିକତା ଆଗେ ମନମୋ ଡୁବେ
ସତେ  ହୁଲିଡଙ୍ଗା ଟିଏ
ଦୁଇ କୁଳ ହଜେ କାତ ପାଏ ନାହିଁ
ପ୍ରେମ ତାକୁ ବାହି ନିଏ

ତୁମ ହାତ ଛୁଆଁ ଜାଗ୍ରତ କଲା
ଫେରିଲି ବାସ୍ତବତାକୁ
ତୁମ ଆଖିରେ ଆଖି ମୁଁ ମିଶାଇ
ଖୋଜିଲି ମୋ ଅସ୍ତିତ୍ବକୁ।

ସାଗର ବେଳାରେ ବିତେ ଯେ ଲଗନ
କେ ବର୍ଣ୍ଣିପାରିବ ତାକୁ
ପ୍ରକୃତି ରାଣୀକୁ ଦେଖିଦେଇ ଥରେ
ଭୁଲିଯାଏ ମୁଁ ନିଜକୁ।

   ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪

Sent from my Samsung Galaxy smartphone.

0 Comments