ବସୁଧୈବ କୁଟୁମ୍ଭକମ୍ - ନାରାୟଣ ଚନ୍ଦ୍ର ସେନାପତି

ବସୁଧୈବ କୁଟୁମ୍ଭକମ୍ - ନାରାୟଣ ଚନ୍ଦ୍ର ସେନାପତି


ମୋ ଆଦର୍ଶ
ମୋ ପୁଣ୍ୟଭୂମି ଭାରତବର୍ଷ
ଯା'ର ସଂସ୍କୃତିର କୀର୍ତ୍ତିସ୍ତମ୍ଭ କରେ
ଉତ୍ତରରେ ହିମାଳୟକୁ ସ୍ପର୍ଶ
ଦକ୍ଷିଣରେ କନ୍ୟାକୁମାରୀ ସହ
କରେ ବିଚାର ବିମର୍ଷ ॥
ତା ସେନେହ ଗଙ୍ଗାଜଳ
ଯେବେ ଛୁଏଁ ମୋ ଦେହ
ପୁଣ୍ୟ ନାଚେ...ଗୀତ ଗାଏ
ପାପ କରେ କ୍ଷୟ ॥
ତା ନିର୍ମଳ ହୃଦୟ ନଭୁ
ଝରେ ଯେବେ ମମତାର ବାରି,
ହିଂସା ଧୂଳି ଧୋଇଦିଏ
ଆର୍ଦ୍ର ଲଭେ ମନ ପ୍ରାଣ
ପ୍ରୀତିର ଉଜାଣି ସୁଅ
ଦିଏ ମନପ୍ରାଣ ଭରି ॥
ତା ଭଲପାଇବାର ସ୍ପର୍ଶ
ଉଙ୍କି ଫୁଙ୍କେ ଯେବେ ମନ୍ତ୍ର,
ମୋହରେ ମୁଁ ବାନ୍ଧିହୁଏ
ଭ୍ରାତୃତ୍ୱ ଖେଳିଯାଏ ସ୍ପନ୍ଦନେ
ଜାଗିଉଠେ ଏକତା ସ୍ୱତନ୍ତ୍ର ॥
ସତ୍ୟର ଦୀପାଳି ଜାଳି
ଜାଳୁ ଯେବେ ଶାନ୍ତିର ମଶାଲ,
ନିର୍ଦ୍ଦୟ ବି ଦୟା କିଣେ
କ୍ଷମାବଳେ ମନ ଜିଣେ
ଅନ୍ତରରେ ସ୍ଫୁରି ଉଠେ
ପ୍ରେମ ଜାଗରଣ
ଜ୍ୟୋତି ଅହା ! କି ଝଲମଲ॥
ତା ଗୁରୁଶିଷ୍ୟ ପରମ୍ପରା
ପୂଜେ ଯେବେ ଧରି ଅର୍ଘ୍ୟଥାଳି,
ପିତୃଦେବ,ମାତୃଦେବ ଭବ ସ୍ୱର ଶୁଭେ
ଅତିଥି ଦେବତା ଅବା ଆଚାର୍ଯ୍ୟ ସମ୍ମାନ ଲଭେ
ସରଗ ସୁଷମା ଝରେ
ଛୁଏଁ ଯେବେ ତାଙ୍କ ପାଦଧୂଳି ॥
ପାଳେ ବୋଲି ମାଆ ପରି 
ଦେଇ ତା ବାତ୍ସଲ୍ୟ ମମତା,
ଭୁଲିପାରେ ସବୁ...କିନ୍ତୁ
ପାରେନା ଭୁଲି ତା ସ୍ମୃତିଗୁନ୍ଥା ଗାଥା
ଛୁଇଁ ତା'ର ପାଦ ଧୂଳି
ମଥାରେ କରେ ଲେପନ
କହେ.ରଖିବି ତୋ ଟେକ ମା'
କଟି ଯାଉ ପଛେ ମଥା
ଗରବେ ଛାତି ଫୁଲେଇ କହେ
ଜୟ ତୁ ମା' ଭାରତମାତା ॥
ଅମୃତ ସନ୍ତାନ ମୁଁ ତା'ର
କହେ ଯେବେ ବନ୍ଦେ ମାତରଂ,
ଧର୍ମ ସଂସ୍କୃତି ହୁଏ ମୋ ପାଇଁ ପୁଣ୍ୟ
ଐତିହ୍ୟ ପରମ୍ପରା ଲଭେ ମୋ ପାଇଁ ଧର୍ମ
ଦମ୍ଭେ କହେ....
ଆମେ କୋଟି କୋଟି ଭିନ୍ନ ସିନା
ଅନେକ ଫୁଲର ମାଳଟିଏ
ଗୋଟିଏ ସ୍ୱର ଆମ,
ସେଥିପାଇଁ ଆମ ଗୌରବ ପରା..
*"ବସୁଧୈଵ କୁଟୁମ୍ଭକମ୍"*।
 *ନାରାୟଣ ଚନ୍ଦ୍ର ସେନାପତି*
 *ଶିକ୍ଷକ,ସରକାରୀ ଉ.ପ୍ରା. ବିଦ୍ୟାଳୟ,ଡିମିରିଆ,ତେଲକୋଇ,କେନ୍ଦୁଝର,ପିନ୍-୭୫୮୦୧୯*

0 Comments