ବସନ୍ତର ରୋଷ - ଅଧ୍ୟାପିକା ସସ୍ମିତା ମିଶ୍ର

ବସନ୍ତର ରୋଷ - ଅଧ୍ୟାପିକା ସସ୍ମିତା ମିଶ୍ର


ବସନ୍ତ ବିଳପେ ବିଜନେ ଲୁଚି ବସି
ଶୋଭା ଶିରୀ ମୋର ସର୍ବ ଯାଇଛି ଗୋ ହଜି .

ପାଦପକୁ ପଦାଘାତ  କରେ ଯେଣୁ ନର
ପତତ୍ରିଣ କୁଜନ  ସୁର ନୁହେଁ ଶୁଭିବାର 

ମଳୟ ମରିଛି ବିଷ ଧୂମ  ଗନ୍ଧେ ଭିଜି 
ମିତର  ଅହିତେ  ବହି ନ ପାରିବି ଆଜି

ଧରା ପରେ ଅବତରି  କି କରିବି  ମୁହିଁ
ଉତ୍ସୁକେ ସଭିଏଁ  ଥିବେ ମୋ ବାଟ ଅନାଇ

ଶୁଷ୍କଏଇ ଦେହ ମନ ଶୁଷ୍କ ଏ ପରାଣ
ଏ ରୂପେ ନ ହେଉ ମୋର ଧରାବତରଣ

ଋତୁରାଜ ରଙ୍ଗହୀନ ହେବ ଯେବେ ଭବେ
ହାରିଛି ବିଭବ  ଭବ ବୋଲିବେ  ସରବେ 

ମରତେ ମିଶିବ ମାନ ମୋ ସାଥେ ତାହାର 
ସେ ଲାଗି ଏ ବସନ୍ତ ରୁ ବରଷୁଛି ଧାର

ଅଧ୍ୟାପିକା ସସ୍ମିତା ମିଶ୍ର
ମହାନଦୀ ବିହାର ମହିଳା ମହାବିଦ୍ୟାଳୟ, କଟକ

0 Comments