ବସନ୍ତ ପରଶେ - ବିଷ୍ଣୁ ପ୍ରସାଦ ମିଶ୍ର

ବସନ୍ତ ପରଶେ - ବିଷ୍ଣୁ ପ୍ରସାଦ ମିଶ୍ର

(ରାଗ-ବଙ୍ଗଳାଶ୍ରୀ, ମାଆ ମାଆ ବୋଲି କେତେ ମୁଁ ଖୋଜିଲି ବୃତ୍ତେ)

ବସନ୍ତେ କୋକିଳ ହୁଅନ୍ତି ବିହ୍ବଳ
ରଟନ୍ତି ଚ୍ୟୁତ କୁଞ୍ଜରେ,
ସଞ୍ଜ ସକାଳର ଶିଥିଳ ପରଶ 
ଜାଗରୀତ ଶରୀରରେ. ୦ 
ଗୁଞ୍ଜନ ଛାଡ଼ିଣ ସୁଖରେ ମଧୂପ
ପହଞ୍ଚନ୍ତି ପୁଷ୍ପମେଳେ, 
ମଧୁମକ୍ଷୀକାଏ ମଧୁ ସଂଗ୍ରହରେ
ବୁଲୁଥାନ୍ତି ଦଳ ବଳେ. ୧
ଶିତେ ବୃନ୍ତ ଶୁଖି ପତ୍ର ଶୁନ୍ୟ ତରୁ
ନବ ପଲ୍ଲବୀତ ରାଜି,
ନାନା ଫଳ ଫୁଲେ ନାନା ତରୁ ଲତା
ନବ ଶୋଭିତେ ବିରାଜି. ୨
ନବ ନବ ଦ୍ଵିଜ ନବ ଶାବକକୁ
ବସାରେ ଖୁସିରେ ପାଳି,
ପଲ୍ଲବୀତ ଧରା ସୁଶୋଭିତ ଭରା
ଶୋଭା ନାନା ପୁଷ୍ପକଳି. ୩
କେତକୀ, ଟଗର, ନିଆଳୀ, ମନ୍ଦାର 
ମଲ୍ଲି, ମରୁଆ, ମାଳତି, 
ତମାଳ, କୁମୁଦ, କୁନ୍ଦେ, ମଧୁଗନ୍ଧ 
ମଧୁପର ପ୍ରୀୟ ଅତି. ୪
ତପନଙ୍କ ପ୍ରଭା ତେଜ ହୁଏ ଆଭା 
ଭାଙ୍ଗି ଶିତର ସଂଦେହ, 
ହଂସ ହଂସରାଳି ଖେଳ କୁତୁହଳ 
ନିର୍ମଳତା ଜଳାଶ୍ରୟ. ୫
କଳ୍ପନାର ପୁର୍ଣ୍ଣ ରୂପ ପରିଧାନ
ସକାଳ ସଂନ୍ଧ୍ୟାର ଶୋଭା,
ଭାନୁ ଉଦୟରେ ପିଙ୍ଗଳ, ରକ୍ତିମ,
ଅସ୍ତଗାମୀ ଶୁଭ୍ର ପ୍ରଭା. ୬
ପ୍ରଭାତେ ଶିଶିର ଦିବା ତାପ ଭାର 
ସଂନ୍ଧ୍ୟାରେ ଶ୍ୟାନ୍ଦ୍ର ମଳୟ, 
ବସନ୍ତ ପରସ ସରସେ ରଜନୀ 
ମନର ଭାବ ବିସ୍ମୟ. ୮
ବିଦେଶୀ ପତିର ଗତି ଅନୁସରି 
ସରେନାହିଁ ମନ କୋହ, 
ଅଦେହ ଦହଇ ଦେହ ଦହି ହୁଏ 
ନାହିଁ ଦହନର ଦାହ. ୯
ଦାରୁଣ ମଦନ ଭେଦି ପଞ୍ଚବାଣ 
ବଣା କରେ ବାମା ମନ, 
ବସନ୍ତ ବିରହ ବେଦନା ଅସହ୍ୟ 
ଚିତ୍ତ ହୁଏ ଛନ୍ନଛନ. ୧୦
ପ୍ରୀୟା ପ୍ରୀୟ ସୁଖ ବସନ୍ତେ ସଉକ
କହିବାକୁ ନାହିଁ ଭାଷା,
ମଳୟ ପରଶ ବସନ୍ତ ଉତ୍ସାଶ
ଶତ ମନେ ଜାଗେ ଆଶା. ୧୧
***********************
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ
କୋରାପୁଟ
9124049129

0 Comments