ବନ୍ଧୁତା କାନ୍ଦୁଛି ଆଜି ବନ୍ଧୁପାଇଁ - ନାରାୟଣ ଚନ୍ଦ୍ର ସେନାପତି

ବନ୍ଧୁତା କାନ୍ଦୁଛି ଆଜି ବନ୍ଧୁପାଇଁ - ନାରାୟଣ ଚନ୍ଦ୍ର ସେନାପତି


ଜାଣିଥିଲି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ
ଏବେ ବନ୍ଧୁତ ବନ୍ଧୁକୁ ପକାଏ ବିପଦରେ
ସେଦିନର କୃଷ୍ଣସିନା କାନ୍ଦୁଥିଲେ ସୁଦାମାପାଇଁ
ପାର୍ଥ ସିନା ଝୁରୁଥିଲା କେଶବ ପାଇଁ
ଆଜି ସେମାନଙ୍କ ମଧ୍ୟରେ 
ଶତୃତାର ପାଚେରି
ମୌନବ୍ରତର ଶିକୁଳି
ହିଂସା,ସମାଲୋଚନାର ସେତୁ
ସମାଜ ମୁହଁରେ ଆଜି ବିଷଣ୍ଣର ଛାୟା
ଆଃ...ଆଃ...ଆଃ...
କୁଆଡେ ଗଲୁରେ ବନ୍ଧୁତା ???
ନିଃସ୍ୱାର୍ଥପରତା
ସାଥିପାଇଁ ସାଥିର ପ୍ରାଣବଳି
ଦେଇଥିଲା କର୍ଣ୍ଣ ଦୁର୍ଯ୍ୟୋଧନ ପାଇଁ
ପାପ ହେଉ ମୋ ସାଥିପରା ପୁଣ୍ୟ
ସାଥିପରା ଜୀବନ
ସାଥିପରା କ୍ଷତରେ ମଲମ ।
ଧୂଳିଖେଳ...ବୋହୂଚୋରୀ...ପଚାଶଚୋର..
କଣ୍ଢେଇ ବାହାଘର..ମିଚିମିଚିକା ଭାତ ତୁଣ ରନ୍ଧା
ସାଥିହୋଇ ନଈ ପୋଖରୀରେ ଗାଧୁଆ
ଖରାବେଳେ ଲୁଚିଲୁଚି ବାଟିଖେଳ
ସାଙ୍ଗପାଇଁ ଘରୁ ଲୁଚେଇ ଆଚାର ଆଣିବା
ମାକୁ କହି ସାଙ୍ଗପାଇଁ ଲଡୁ,କଦଳୀ,ପିଠା
ସାଙ୍ଗ ମାଡ ନ ଖାଇବା ପାଇଁ ମିଛ କହିବା
ସାଙ୍ଗ ପରା ବାପା,ମା,ପରିବାରଠାରୁ ପ୍ରିୟ
ତା ସାଥେ ହୃଦୟର ବେଦନା ବାଣ୍ଟିହୁଏ
ତାର ପ୍ରେମ ଚିରନ୍ତନ,ଅମର ଓ ଶାଶ୍ୱତ
ସେ ଅବାଟରୁ ବାଟକୁ ଆଣେ
ଭଲ ଶିଖାଏ,ସତ ବତାଏ
ସେ ପରା ପଥଦ୍ରଷ୍ଟା
ସେ ସଂଜିବନୀ
ମନେପଡେ ସେ ଅଭୁଲା.. ଅଲିଭା ..  ସ୍ମୃତି..,
ଆଶାବାଦୀ ହୋଇ କହେ..
ଶିଖ ହେ ଆଜିର ବନ୍ଧୁ
.ତ୍ୟାଗକରି ହସାଅ ବନ୍ଧୁକୁ
ଦୁଃଖ ସହି ଚିମୁଟେ ସୁଖ ଦିଅ
ତା ଦ ର ଦୀ...ହୃ ଦ ୟ କୁ...
ମିତ କହୁଛି ...ରେ ମିତ..
ବନ୍ଧୁତା କାନ୍ଦୁଛି ପରା ବନ୍ଧୁପାଇଁ...।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

0 Comments