(ଅ) ସୁସ୍ଥ ମାନସିକତା - ସଲିଳ କୁମାର ସ୍ଵାଇଁ

(ଅ) ସୁସ୍ଥ ମାନସିକତା - ସଲିଳ କୁମାର ସ୍ଵାଇଁ

ଚୁଡା ମୁଢି ଏବେ   ସୁଆଦ ଲାଗୁନି
    ଚାଉମିନ  ମାଗି  ଖାଆରେ
ବୋଉ ହାତରନ୍ଧା ଆଉଟଡେଟେଡ
   ଫାଷ୍ଟ ଫୁଡ କରେ ବାଇରେ ।
ନେମ୍ବୁପାଣି ଆଉ।   ପିଏନା ଅତିଥି
   ଥଣ୍ଡା  କିଣିଆଣି  ଦେଉରେ
ପଣାପାଣି ଦେଲେ ପ୍ରେଷ୍ଟିଜି ଲିଇକି
   ଵିଦେଶୀ କୁମ୍ପାନୀ ପୋଷରେ ।
ସଂଜରେ ଶୁଭୁନି    ନବାକ୍ଷରୀ ଛନ୍ଦ
    ସାଧୁବାଣୀ  ଶୁଣୁ  ଟିଭିରେ
ଘୁଡୁକି ଦୁଆରୀ    ପାଲା ଦାସକାଠି
     ହଜିଯିବ କିଛି ଦିନରେ ।
ମାଳମାଳ  ବହି    ପାଠକ  ଦୁର୍ବଳ
   ରାଜଧାନୀ ବହି ମେଳାରେ
ଆଇଟମ  ଗାର୍ଲ      ଦର୍ଶକ  ସବଳ
   ଖଣ୍ଡଗିରି ମାଘ ମଞ୍ଚରେ ।
ଫଟା ଜିନପେଣ୍ଟ    କଟା ଟପ ପିନ୍ଧି
   ଷ୍ଟଲ ଘୋଡାଇଛି ମୁହଁରେ
ବାଇକି ପଛରେ      ବସିଯାଏ ନନି
   ପାରିବେନି କେହି ଚିହ୍ନିରେ ।
ବିନା ହେଲମେଟ   ଡ୍ରାଇଭ  କରିବା
   କ୍ରେଡିଟି ମାରିବା ଆଳରେ
କାନ୍ଧ କାନ ମଧ୍ଯେ ମୋବାଇଲ ଜାକି
   ଫ୍ରେମାଳାପ କରୁ ଥାଏରେ ।
ନିଜେ ଫଟ ହବ     ଅନ୍ଯକୁ ମାରିବ
  ଧନ୍ୟ ପିତା ଧନ୍ୟ ମାତାରେ
ଧନ୍ୟ ତାର ଗୁରୁ  ଧନ୍ୟ ଗାଲଫେଣ୍ଡ
   ସଂସ୍କାର ସଂସ୍କୃତି ଧନ୍ଯରେ ।
ସିସିଟିଭି  ତମେ    ଅଯଥା  ଲଗାଅ
   ଅଧ୍ଯାଦେଶ  ଜାରି କରରେ
ନକଲ  କରିବା      ଆମ ଅଧିକାର
   ଭଲରେ ହେଉ ବା ମନ୍ଦରେ ।
ଋଣକରି ଆମେ      ଘିଅ ପିଆଉଚୁ
    ଯୋଜନା କରୁଚୁ କେତେରେ
ଦେଶସେବା ଆମ   ଜୀବନର ବ୍ରତ
    ଦେଶପାଇଁ ପ୍ରାଣ ଦବୁରେ ।
ଟିକଟ କଟିଲେ      ଦଳ ଛାଡିଦବୁ
   ମିଶିଯିବୁ ଅନ୍ୟ ଦଳରେ
କାଲି ଥିଲା ବାପା  ଆଜି ସିଏ ଶଳା
   ସବୁ ଚଳେ ରାଜନୀତିରେ ।
ଗରିବୀ ହଟିବ     ନାରୀକୁ ସୁରକ୍ଷା
   ଚାଷୀ ଋଣ ଛାଡ ହେବରେ
ହଟନ୍ତି  ଗରିବ      ମରନ୍ତି  ନିର୍ଭୟା
  ବିଷପିଇ ଚାଷୀ ମରେରେ ।
ମିଳିବ ଚାକିରୀ      ମିଳିବ ମଜୁରୀ 
   ଯୁବା ସପ୍ନ ଦେଖେ ଦିନରେ
ପଙ୍କ ଫିଙ୍ଗାଫିଙ୍ଗି ସେନା'କୁ ସଂଦେହ 
  ତବ ଶୁଭ ନାମ ଜାଗେରେ ।    
ବାକ୍ଯବୀର ନୁହେଁ କର୍ମବୀର ହେଲେ 
   ପ୍ରଗତି ଦେଶର ହବରେ
ଯଦି  କଥାକୁହା     କପିଳା ହୋଇବ
  କାଶୀ ଯିବ ଭାସି ନାସି'ରେ ।

    ସଲିଳ କୁମାର ସ୍ଵାଇଁ, ଶିକ୍ଷକ
  ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ

0 Comments