ଅର୍ଦ୍ଧଦଗ୍ଧ ହୃଦୟର ବ୍ୟଥା - ସିଦ୍ଧେଶ୍ଵର ତ୍ରିପାଠୀ

ଅର୍ଦ୍ଧଦଗ୍ଧ ହୃଦୟର ବ୍ୟଥା - ସିଦ୍ଧେଶ୍ଵର ତ୍ରିପାଠୀ


ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲା ଲୋ ସାହାନାଇ
ପ୍ରୀତିବୋଳା ଗୀତ ଗାଇ ଶୁଣେଇବୁ
ଏବେ ଆଉ କାହା ପାଇଁ ।

ସେଇ ବାଡୁଅର ପାଣି ଦେହେ ପଡିଗଲା ପରେ
ଦେହକୁତୋ ଢାଙ୍କିଦେବୁ 
ବଉଳ ପାଟରେ ।

କନକ ବେଦୀରେ ଥିବ 
ସୋଧୁଅର ଚିତା
ମନେ ମନେ ହସୁଥିବୁ
ବୁଜି ଆଖି ପତା ।

ମୁଁ ହେଇଗଲି ଅଛୁଆଁ ମଣିଷ
ଟୋପାଏ ସିନ୍ଦୂର ପାଇଁ
ତୋ କୁଆଁରୀ ଦିନ ସ୍ମୃତିରେ ରହିଲା
ବାଜିଲା ଲୋ ସାହାନାଇ  - - - -

ତୋ ଘରସାରା ଫୁଲର ପସରା
ବାସୁଥିବ ମହ ମହ
ବଦଳି ଯିବତୋ ଜୀବନର ରେଖା
ଆଉ  ତୋର ପରିଚୟ ।

ତୁ ଗଲାପରେ  ଫୁଲ ସବାରୀରେ
ମୋ ଜୀବନରେ ଥିବ କଳଙ୍କ ଛାଇ
ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲା ଲୋ ସାହାନାଇ  - - -  

ସେପାଖରେ ତୋର ସୁହାଗ ସିନ୍ଦୂର
ଏ ପାଖେ ମୋ ମଲା ମନ
ଶତ ଚେଷ୍ଟା କରି ଫେରାଇ ହେବନି
ଆଉସେ ହଜିଲା ଦିନ ।

ଝର ଝର ହୋଇ ମଝିରେ ଝରୁଛି
ପ୍ରେମ ବୈତରଣୀ ନଈ 
ତୋ କୁଆଁରୀ ଦିନ ସ୍ମୁତିରେ ରହିଲା
ବାଜିଲାଲୋ ସାହାନାଇ - - - -

ସିଦ୍ଧେଶ୍ବର ତ୍ରିପାଠୀ

0 Comments