OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଆରପାରିରେ ପାରିକର - ସଦାନନ୍ଦ ସାହୁ

ଆରପାରିରେ ପାରିକର - ସଦାନନ୍ଦ ସାହୁ

ମହାନୁଭବର   ଉଜ୍ଜ୍ଵଳ ଭାସ୍କର 
    ଯୋଗଜନ୍ମା  ରାଜନେତା 
ଅକାଳରେ କାହିଁ  ଗଲହେ'ବାହୁଡି  
    ଝୁରୁଛି    ଭାରତମାତା  ! !

ଆହେ ମନୋହର ସୁଯୋଗ୍ୟ ସନ୍ତାନ 
      ଯୁଗଶ୍ରେଷ୍ଠ   ପ୍ରଜ୍ଞାଦୀପ୍ତ 
ଗଣତନ୍ତ୍ର ମନ୍ତ୍ର      ମହାବିଶାରଦ 
       ଗାଥା ତୁମ ପରିବ୍ୟାପ୍ତ  ! ! 

ଜୀବନ ସଂଘର୍ଷେ ଥିଲ ହେ' ଉତ୍କର୍ଷେ
       ଜନନୀର  ଯୋଗ୍ୟସୁତ 
ପଦ ପଦବୀରେ  ଥିଲ ସୁବିଚାରେ 
        ସୁରକ୍ଷା କବଚ ମିତ  ! ! 

ଅଭିଜ୍ଞତାପୁର୍ଣ୍ଣ      ସମରେ ଅର୍ଜ୍ଜୁନ 
       କର୍ମବୀର   ମହାପ୍ରାଣ  
ପ୍ରତିରକ୍ଷା  ମନ୍ତ୍ରୀ   ଥିଲ ମହାସୂତ୍ରୀ 
      ସିଞ୍ଚି ବୀରତ୍ଵର  ଭୃଣ   ! ! 

ସଧାରଣ ପ୍ରଜା  ତା'ମନେ ସଦିଚ୍ଛା 
        କାନ୍ଦୁଛି ହେ' ପାରିକର 
ପ୍ରଜା ବାତ୍ସଲ୍ୟର    ଅଲିଭା ସ୍ଵାକ୍ଷର
       ନୟନୁ  ଝରୁଛି  ନୀର   ! ! 

ଗୋଆ ମନଦୀପ   ଅଲିଭା ପ୍ରଦୀପ 
      କେମିତି ଲିଭିଲା  କୁହ 
ଆହେ' ପାରିକର  କେଣେ ଛାଡିଗଲ 
      କୋଟି ହୃଦୟରେ କୋହ    ! ! 

ମହା ମୁଖ୍ୟମନ୍ତ୍ରୀ  ଗୋଆ ଧନତନ୍ତ୍ରୀ 
       ପ୍ରଜା ହିତେ ଥିଲ ମଜ୍ଜି 
ସ୍ତବ୍ଧ ହୋଇଗଲା ଗୋଆ ମାଟିମାଆ 
       ତୁମ୍ଭକୁ   ହରାଇ  ଆଜି  ! ! 

ରାଜନୀତି ପ୍ରୀତ   ସଂସଦ ସୁପୁତ୍ର 
       ମନୋହର  ପାରିକର  
ସର୍ବମଙ୍ଗଳରେ  ଥିଲେ  ଆଗଭରେ 
       ଯୋଗ୍ୟତମ   କର୍ମକାର   ! ! 

ଭକତି ପ୍ରଣତୀ  ଘେନ ଶ୍ରଦ୍ଧାଞ୍ଜଳି  
        ଦୁଃଖିଜନ   ଚିରବନ୍ଧୁ 
ଆହେ ପାରିକର   ମନୋଜ୍ଞ ପୁରୁଷ 
         ଝୁରୁଛି ଭାରତୀ ବିନ୍ଦୁ  ! ! 

ପୁଣି ଆଉ ଥରେ  ଜନ୍ମିବ  ଭାରତେ 
     ରୋଗବ୍ୟାଧି ମୁକ୍ତ ହୋଇ 
ହେ' ସୁସନ୍ତାନ       ଶତ ପ୍ରଣିପାତ 
     ପାରିବନି    ମୁତ୍ୟୁଛୁଇଁ      ! ! 

ଅମର ଆତ୍ମାର   ସଦଗତି ହେଉ 
       ଏତିକି  କାମନା  ଆମ 
ସରଗୁ ଓହ୍ଲେଇ   ଆସିବ ହେ' ପୁଣି 
       ଉଦ୍ଭାସିତ ହେଵ  ନାମ   ! ! 

ସଦାନନ୍ଦ ସାହୁ (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର  !

0 Comments