ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅନେକ ପ୍ରଶ୍ନ - ପୂର୍ଣଚନ୍ଦ୍ର ଭୂୟାଁ

ଅନେକ ପ୍ରଶ୍ନ - ପୂର୍ଣଚନ୍ଦ୍ର ଭୂୟାଁ



ବୁଝେନା କାହିଁକି ଲାଗେ ମୋ ଦୁନିଆ,
ଅଧୁରା ତୋ ବିନା?
ମନ ହୁଏ କାହିଁକି ଛଟପଟ ତୋ ପାଇଁ,
କହିବାକୁ ତୋତେ ମୋର ଭାବନା,
ସତେ ଅବା
ତୁ ମୋର ବଞ୍ଚିବାର ଏକମାତ୍ର କାମନା ?

କିବା ବଞ୍ଚିବାକୁ ଇଛାମୋର ତୋସହ,
ଏ କି ବିଚିତ୍ର ମୋ କଳନା ?
ତୋ ବିନା କାହିଁକି ସବୁ ଲାଗେ ଶୂନ୍ୟତା,
କାହଁକି ତୁ ବିଦ୍ଯମାନ, ମୋ ମନ, ଭାବନା
ଓ ଚେତନା ଆଉ ସମସ୍ତ ଅବଚେତନା ?

ଅବାସ୍ତବ ଅବା ମରୀଚିକା ମୁଁ ଜମା ବୁଝେନା,
ତୁ ମୋର କାହିଁକି ଏକମାତ୍ର କଳ୍ପନା?
ନା ପାଇବାର ଇଚ୍ଛା କରିଛି,
ମୋ ବାହୁର ନିବିଡ଼ତାରେ
ତଥାପି ମୁଁ କାହଁକି କହୁଥାଏ ମୋ ମଧ୍ୟେ
ତୋତେ ହିଁ କେବଳ ଭଲପାଏ ?

ପୂର୍ଣଚନ୍ଦ୍ର ଭୂୟାଁ
ବ୍ରହ୍ମପୁର, ଗଞ୍ଜାମ