ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କ୍ଷୁଦ୍ରଗଳ୍ପ - ଅନାଥ ପିଲା - ଦିପ୍ତିଲେଖା ମିଶ୍ର

କ୍ଷୁଦ୍ରଗଳ୍ପ - ଅନାଥ ପିଲା - ଦିପ୍ତିଲେଖା ମିଶ୍ର

ବୁଦୁନୁ ବୋଲି ଗୋଟିଏ ପାଂଚ ବର୍ଷର ପିଲାଟି ଭାରୀ ଆନନ୍ଦରେ ବାପା ମାଆ ସହ ରହୁଥାଏ ।ବାପା ମାଆ ଦୁହେଁ ମୁଲଖଟି ରୋଜଗାର କରୁଥିଲେ ଆଉ ନିଜ ପିଲାର ଖର୍ଚ୍ଚ ଆଗ କରି ତା ପରେ ଘର ଖର୍ଚ୍ଚ କରୁଥିଲେ । ବହୁତ ଭଲ ପାଉଥିଲା ବୁଦୁନୁ ବାପା ମାଆଙ୍କୁ ଏଣୁ ଘଡିଏ ବି ଛାଡୁନଥିଲା ।ଦିନେ ସେ ପାଖରେ ଖେଳୁଥିଲା ,ଯେଉଁ ଘରେ ବାପା ମାଆ କାମ କରୁଥିଲେ ।ହଠାତ୍ ଘରେ ନିଆଁ ଲାଗିଗଲା ।ହୁତୁହୁତୁ ହୋଇ ଜଳିଗଲା ଘର ।ବୁଦୁନୁ ର ବାପା ମାଆ ବି ସେ ଘର ଭିତରେ ଜଳିଗଲେ ।ବୁଦୁନୁ ଅନାଥ ହୋଇଗଲା ।ସେ ଘର ମାଲିକ ପିଲାଟିକୁ ଅଲକ୍ଷଣା କହି ଦୟା ଟିକେ ବି କରିଲେନି ।ଆପଣାର ବୋଲି କାହାକୁ ଆଉ ବୁଦୁନୁ ଜାଣିନଥିଲା ।
        ସେଦିନ ରାତିଟା ଭୋକ ଉପବାସରେ ଦୋକାନ ପିଣ୍ଢାଟିରେ ଶୋଈପଡିଲା ।ନିଦ ହଉନଥାଏ ।ଭାରୀ ଭୟ କରୁଥିଲା କିନ୍ତୁ ସାହାରା ଦେବାକୁ ବି କେହି ନଥିଲା ।ନିଜକୁ ସାହାସ ଦେଈ ବୁଝାଇଲା କି ଡରିବନି ଆଉ ।ବଂଚିବା ପାଈଁ କିଛି ତ କରିବ ।ବାପାମାଆକୁ ଝୁରି ଝୁରି ଭୋଭୋ ହୋଈ କାନ୍ଦି ଉଠିଲା ।କୁକୁରମାନେ ବି ଭୋଭୋ କରିବାରେ ଲାଗିଲେ ।ଡରରେ ଦେହ ଥରୁଥିଲେ ବି ସାହାସ ବାନ୍ଧିଲା ।
        ଆକାଶରେ ସିନ୍ଦୁରା ଫାଟିବା ଆଗରୁ ମାଆ ତାର ଦାନ୍ତ ଘଷିବାକୁ କହୁଥିଲେ ଏଣୁ ହାତର ଆଙ୍ଗୁଠିରେ ଘଷିନେଲା ଦାନ୍ତ ।ପାଖ ନଳକୁପରେ ପାଟି ଧୋଈ ଲଙ୍ଗଳା ହୋଇ ଗାଧୋଈପଡିଲା ପୁଣି ସେହି ପୋଷାକ ପିନ୍ଧି ସୂର୍ଯ୍ୟଙ୍କୁ ପ୍ରଣାମ କରି କାମ ଖୋଜିଲା ।ସ୍କୁଲ୍ କିନ୍ତୁ ଯାଇପାରିଲାନି ।ବାପା ମାଆ ଭଳି କଷ୍ଟ ପଡିବ ଆଉ ପାଠ ପଢିବ ବୋଲି ସ୍ଥିର କଲା ।ଯେତେ ଦୋକାନ ବୁଲିଲା ସବୁ ଛିଛାକର କଲେ ।ଆଉ କେତେ ଜଣ କହିଲେ ତୋତେ ଅଠର ପୁରିଲେ କାମ ଦେବି ।କେହି ବି ମାନବିକତା ଦୄଷ୍ଟିରୁ କାମ ଦେଲେନି କି ଖାଈବାକୁ ମୁଠେ ବି ଦେଲେନି ।ସଂଜ ହେଈଆସିଲାଣି ।ପୁଣି କେଉଁ ଠି ରହିବ କଣ ଖାଈବ ଚିନ୍ତା କରି ମାଂସ ଦୋକାନ ଆଗରେ ବସିପଡିଲା ।ଛେଳି ହଣାଳି ହେଲେ କଣ ହେଲା ସେ ଲୋକ ପାଖରେ କିନ୍ତୁ ଦୟାମାୟା ଭରପୁର ଥିଲା ।ତାଙ୍କର ବାହାହେବା ଦଶ ବର୍ଷ ହେଲେ ବି ପିଲାଟି ନାହିଁ ।ସବୁବେଳେ ଚିନ୍ତାରେ ରହୁଥିଲେ ।ସେ ପଚାରିଲେ ପୁଅ ତୁ ଏଠି କାହିଁ କି ବସିଛୁ ଘରକୁ ଯାଉନୁ ତୋ ବାପା ମାଆ ବ୍ୟସ୍ତ ହେଉଥିବେ ।ବୁଦୁନୁ ଭୋଭୋ ହୋଈ କାନ୍ଦିଉଠିଲା ।ଲୋକଟି ତରବରରେ ହାତ ଧୋଈ କୁଣ୍ଢାଈ ପକାଇଲା ।ଆରେ କାନ୍ଦିଲୁ କାହିଁ କି 
କହ ?ବୁଦୁନୁ ସବୁ ଘଟଣା କହୁଥାଏ ଲୋକଟି ଆଖି ରୁ ଧାରଧାର ଲୁହ ଗଡାଉ ଥାଏ ।
          ବୁଦୁନୁର କଥା ସରିଲାଣି ହେଲେ ଲୋକଟି ମୁଗ୍ଧ ହୋଈପଡିଛି ।କହିଲା ବାବୁ ମୋତେ ଯେଉଁ କାମ ଦେବ କରିବି ହେଲେ କାମ ଖଣ୍ଡେ ଦିଅ 
ବାବୁ ।ଚମକିପଡି ଲୋକଟି ପଚାରିଲା ତୁ ସତ କହୁଛୁ ସବୁ କରିପାରିବୁ ?ତା ହେଲେ ଆସେ ମୋ ସହ ।
       ମାସ କାଟିବାକୁ କାଳେ ଲୋକଟି ଦେବ ଭାବି  ଦୁଖଖ କରୁଥିଲା ।କିନ୍ତୁ କଣ କରିବ କଥା ଦେଈଛି ସବୁ କରିପାରିବି କହିଛି ।କହିଲା ବାବୁ କୁହ କୁଆଡେ ଯିବା ।ବାବୁ କହିଲେ ମୋ ପୁଅ ହେଈପାରିବୁ ?
     ବୁଦୁନୁ ଗୋଡ ତଳେ ପଡିଗଲା ।
ଲୋକଟି କାଖେଈ ନେଇ ଘରକୁ ଗଲା ଆଉ ସହଧର୍ମୀଣୀକୁ କହିଲା ଦେଖିଲ ୟାକୁ ମୁଁ ପୁଅ କରିଛି ।ତମେ ଖୁସି ତ ମାମି ?
    ମାମିର ଛାତି କୁଣ୍ଢେ ମୋଟ ।ଚୁମା ଦେଈ କାଖେଇପକାଈଲେ ।ସ୍ନେହରେ ଖୁଆଇପିଆଈ ଶୁଆଇଦେଲେ ।ସକାଳ ହେଉ ହେଉ ସ୍କୁଲ୍ ରେ ନାମ ଲେଖାଈଲେ ପୁଅର ପରିଚୟ କରାଇ ।
       ଅନାଥକୁ ମିଳିଗଲେ ନାଥ ॥

ଦିପ୍ତିଲେଖା ମିଶ୍ର, ବ୍ରହ୍ମପୁର, ଗଞ୍ଜାମ