ଆମ ପ୍ରିୟ ପଖାଳ - ନିବେଦିତା ମହାପାତ୍ର

ଆମ ପ୍ରିୟ ପଖାଳ - ନିବେଦିତା ମହାପାତ୍ର


ବଢିଲାଣି ଦେଖ ସୂର୍ଯ୍ୟ ଉତ୍ତାପ
ଝାଞ୍ଜି ପବନ କରେ ଛଟପଟ
ମନତ ଖୋଜୁଛି ଥଣ୍ତା ଦରବ
ପଖାଳ ସରି ଆଉ କେ ହବ !
ମା ବାଢିଦେଲେ ବଡ ସରାଗେ
ଶାଗଭଜା ସାଥେ ପଖାଳ କଂସେ
ବଡିଚୁରା ପାଖେ ଆମ୍ବୁଲ ଖଟା
ଖାଇବାକୁ ସେତ ଲାଗଇ ମଜା।
ଚୁନା ମାଛର ଭଜା ସାଥିରେ
ରସୁଣ ମରିଚ ଚକଟି ଦେଇ
ବୁଢୀମା' କରି ଦେଲେରେ ପାଗ
ଖାଇବାକୁ ତାହା ଲାଗେ ସୁଆଦ।
ଲୁଣି ଶୁଖୁଆରେ ମସଲା ଦେଇ
ଭାଜିଥାନ୍ତି ମା ତାହାକୁ ନେଇ
ତାସାଥେ ଛୁଇଁ କଲରାର ଭଜା
ନଖାଇଛି ଯିଏ ପାଇନି ମଜା।
ସଜ ପଖାଳରେ ଦହି ପକେଇ 
ଆନନ୍ଦରେ ବାପା ଦିଅନ୍ତି ଖାଇ
ତୋରାଣୀ ପାଣିରେ ଆଦର ଭାରି
ଲାଗିଥାଏ ତାଙ୍କୁ ଅମୃତ ପରି ।
ସକାଳ ପ୍ରହର ହେଉ ଅବା ସଂନ୍ଧ୍ୟା
ସବୁବେଳେ ପଡେ ତାହାକୁ ଖୋଜା
ଗରୀବ ଧନୀର ନାହିଁତ ଭେଦ
ସବୁରି ପାଖରେ ଆଦର ତାର ।
ଗ୍ରାମଞ୍ଚଳ ହେଉ ଅବା ସହର 
ପ୍ରିୟ ଖାଦ୍ୟ ତାହା ଓଡିଆଙ୍କର
ଖାଇଦେଇ ତାକୁ ମନ ଆନନ୍ଦେ
ଶୋଇ ଯାଆନ୍ତି ଶାନ୍ତିର ନିଦେ।
ଆଧୁନିକ ଯୁଗର ଯେତେ ଦରବ
ସବୁ ତାଆଗେ ଲାଗଇ ତୁଚ୍ଛ
ଓଡିଶା ବାସୀଙ୍କର ମନର ମିତ
ସବୁ ଘରେ ମିଳେ ପଖାଳଭାତ।
ବଦଳି ଗଲାଣି ପୁରୁଣା ଯୁଗ
ତଥାପି କମିନି ତାହାର ସ୍ବାଦ
ନୂଆ ଉପାୟକୁ ହେଜି ମନେ
ପ୍ରସ୍ତୁତ କରନ୍ତି କେତେ ଯତନେ।
ଗ୍ରୀଷମ କାଳ ହେଲେରେ ଭାରି
ହୋଟେଲରେ ସଜଡା ହୁଅଇ ଥାଳି
ପଖାଳ ସାଥିରେ ନାନା ବ୍ୟଞ୍ଜନ
ପରସିଦେଇ ତୃପ୍ତ କରନ୍ତି ମନ।
ଓଡିଆର ପ୍ରାଣ କଳା ଠାକୁର
ପଖାଳ କଂସାରେ ତାଙ୍କ ଆଦର
ଖାଆନ୍ତି ପଖାଳ ପକେଇ ଘିଅ
ତାଙ୍କପରି କିଏ ହବରେ କୁହ।

nibedita mohapatra 
mukunda mishra nagar,puri

0 Comments