ଆମ ଗାଁର ମେଳନ - ସୁଧାକର ସେଠୀ

ଆମ ଗାଁର ମେଳନ - ସୁଧାକର ସେଠୀ



ଆମ ଗାଁର ମେଳନ
କିଛି ସ୍ମୃତି କିଛି ସପନ
ମୁଗବାଡି ଆଜି ଖାଁ ଖାଁ
ଅତିତର ହଜିଛି ସେ ସୁନେଲି ଦିନ

ରାତି ସାରା ବିତେ
ପଡେନା ପଲକ
ସ୍ମୃତି ଆଇନାରେ
ସବୁ ଦିଶେ ଜକଜକ

ଏ ମୁଣ୍ଡରୁ ସେ ମୁଣ୍ଡ
ବିମାନର ଭିଡ
ସେ ଶୋଭା ସ୍ମରଣେ
ମନ ହୁଏ ଉତଫୁଲ

ନାନା ଜାତି ଦୋକାନର
ଲାଗିଛି ବିପଣି
ଜାତି ଜାତି ଖେଳନା ସବୁ
ମନ ନିଏ କିଣି

ଗୋବିନ୍ଦଙ୍କ ସହ
ସଙ୍କୀର୍ତ୍ତନ ଦଳ
ନଗର ଭ୍ରମଣ ପରେ
ହୁଏ ରଂଗ ଖେଳ

କାହିଁ ଗଲା ସେ
ଖୁସିର ସକାଳ
ଆଜି ସବୁ ଲାଗେ ଖାପଛଡା
ମନ ମୋର ହେଉଛି ବିକଳ।

ଜମ୍ବେଶ୍ବରପୁର,ବାଲେଶ୍ବର
୯୩୩୭୬୮୧୫୨୪


Sent from my Samsung Galaxy smartphone.

0 Comments