ଅଲିଭା ରଙ୍ଗ - ଶିବ ଚରଣ ମହାପାତ୍ର

ଅଲିଭା ରଙ୍ଗ - ଶିବ ଚରଣ ମହାପାତ୍ର


ସଞ୍ଚିତ କରିଛି ସୁପ୍ତ ସପନ ରୁ
ସଙ୍ଗମ ଲାଳସା ରଙ୍ଗ ହୃଦ ରେ
ସରଧା ଆଞ୍ଜୁଳି ସରାଗେ ଭରିଛି
ସମର୍ପି ଦେବାକୁ ତୋ ଶ୍ରୀ ପୟରେ...

ପୟର ଯୁଗଳେ ପିନ୍ଧିଦେ' ରେ ଥରେ
ପ୍ରେମ ଗାଢତା ର ଅଳତା ଧାର
ପଙ୍କଜ ଅଧରେ ପୋଲାନ୍ତ ହସାଳ
ପ୍ରସ୍ଫୁଟିତ ହୋଇ ଦିଶୁ ସୁନ୍ଦର...

ସୁନ୍ଦର କପାଳେ ସିନ୍ଦୁର ଚନ୍ଦନ
ସଜେଇବି ଭାବ-ଭକ୍ତି ରେ ମୋର
ସୁଖ ଦୁଃଖ ଯେତେ ସଞ୍ଜ କୋଳେ ଥୋଇ
ସଂପ୍ଲୁତ ମନ ରେ ଗୁନ୍ଥିଛି ହାର...

ହାର ଟି ଗୁନ୍ଥିଛି ହସ ଫୁଲ ଦେଇ
ହିଂସା-ରାଗ-ଦ୍ୱେଷ ହନ୍ତା ସାଜିଛି
ହରା ରଙ୍ଗ ନେଇ ହୃଷିକେଶ ଅଙ୍ଗେ
ହେତୁ ରଖି ସ୍ନେହେ ଲେପିବି କିଛି...

କିଛି ଭକ୍ତି ରଙ୍ଗ କିଛି ଭାବ ରଙ୍ଗ
କିଛି ରଙ୍ଗ ପୁଣି ଫଗୁ ଅବିର
କିଛି ପ୍ରିତି ରଙ୍ଗ କିଛି ରସ ରଙ୍ଗ
କିଛି ରଙ୍ଗ ପୁଣି ଇନ୍ଦ୍ରଧନୁ ର...

ଇନ୍ଦ୍ରଧନୁ ଦେବ ଇଛା ରଙ୍ଗ ଟିକେ
ଇନ୍ଦିବାର ବଦନେ ଦେବି ମୁଁ ଲେପି
ଇନ୍ଦ୍ରିୟ କାମନା ଇନ୍ଧନ ରେ ଜାଳି
ଇସ୍ତାହାର କରନ୍ତି ତୋ ନାମ ଜପି...

ତୋ ନାମ ଜପି ଲେ ତତ୍ତ୍ୱଜ୍ଞାନ ପ୍ରାପ୍ତି
ତଥାପି ବିଷୟା ରଙ୍ଗ ରେ ମାତି
ତଅଁଳା ପରାୟ ତକ୍ତ ଲୋଭରେ
ତିକ୍ତ ଯନ୍ତ୍ରଣା ଟାଣଇ ନିତି...

ନିତି ଦିନ ଆଣୁ ନୈସର୍ଗିକ ରଙ୍ଗ
ନିର୍ଦ୍ଧାରିତ ହେଉ ସମ୍ପର୍କ ଆମ
ନୈଷ୍ଠିକ ଭାବନା ନେପଥ୍ୟ ଅବିରେ
ନୂତନତ୍ତ୍ୱ ଭାବେ ଗଜୁରୁ ପ୍ରେମ...

1 Comments

  1. ବଣମଲ୍ଲୀ ର ମହକ ସର୍ବଦା ଯେଉଁସବୁ ଗଠନମୂଳକ ପଦକ୍ଷେପ ନେଇଥାଏ ତାହା ନିଶ୍ଚିତ ସ୍ୱାଗତଯୋଗ୍ୟ ।ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ଏହି ସାହିତ୍ୟ ସଂସଦ କୁ ଶତକୋଟି ପ୍ରଣାମ ।ଜୟ ଜଗନ୍ନାଥ ।

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।