ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଅଛି କି ମୋ ପ୍ରଶ୍ନର ଉତ୍ତର - ନାରାୟଣ ଚନ୍ଦ୍ର ସେନାପତି

ଅଛି କି ମୋ ପ୍ରଶ୍ନର ଉତ୍ତର - ନାରାୟଣ ଚନ୍ଦ୍ର ସେନାପତି

ମୋର ବି ଥିଲା
ଅନେକ କିଛି ଅସୁମାରୀ ଆଶା  
ଅନେକ କିଛି ଇଛା
ଏଇ ସୁନ୍ଦର ଦୁନିଆଁରେ
ମୋ ଟିକି ଡେଣାରେ 
ନୂଆ ନୂଆ ତ ମୁଁ ଉଡୁଥିଲି
ସୁନେଲି ସ୍ୱପ୍ନ ସବୁକୁ ସାଉଁଟି
ହେଲେ
ଜାଣି ନ ଥିଲା ଏଇ ସୁକୁମାରୀ ମନ
ସବୁ ସ୍ୱପ୍ନ ମୋ ପାଇଁ ଦିନେ ସାଜିଯିବ ଅବାସ୍ତବ
କଅଁଳ ମାଂସ ଲୋଭି ଏଇ ମଣିଷ ରୁପି ହିଂସ୍ର ଶିକାରୀର

ଶକ୍ତ ପଞ୍ଝା ଭିତରେ ହଜିଯିବ 
ମୋର ସବୁ ଖୁସି
ଆଉ ଏ ସମାଜ ଆଗରେ ମୋତେ 
ପରିଚୟ ଦେବା କୁ ହେବ 
ଗୋଟେ କଳଙ୍କିତା ଭାବରେ
କେମିତିବା ମୁଁ ସହିଥାନ୍ତି କହିଲ
ଅନେକ ବିନତୀତ କରିଥିଲି 
ଏଇ ଭଦ୍ର ମଣିଷ ସମାଜର ଭଦ୍ର ବ୍ୟକ୍ତିତ୍ୱ ମାନଙ୍କୁ
ହେଲେ ଏ ସୁକୁମାରୀ ହୃଦୟ କଣ ଜାଣିଥିଲା
ସେଇ ଭଦ୍ର ମୁଖା ତଳେ ଲୁଚିରହିଛି
ଗୋଟେ ଗୋଟେ ଭୟଙ୍କର ଅଭଦ୍ର ଚେହେରା
କେତେବା ଆଉ ସହ୍ୟ କରିଥାନ୍ତି
କାହାକୁ ବା ଆଉ ନ୍ୟାୟ ପାଇଁ ବିଶ୍ୱାସ କରିଥାନ୍ତି
ଆଉ ବଞ୍ଚିଥାନ୍ତି
ଏଇ କଳଙ୍କ କୁ ମଥା ରେ ବୋଲି ହୋଇ
କୁହ ଅଛି କି ତୁମ ପାଖରେ
ଏଇ ହତଭାଗିନୀର ଉତ୍ତର...
କୁହ କୁହ କୁହ ଅଛି କି ଏଇ ହତଭାଗିନୀର ଉତ୍ତର....??

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର
🕹🕹🕹🕹🕹🕹

0 Comments