ଅଭିମାନୀ କାଶତଣ୍ଡୀ - ସୁଧାକର ସେଠୀ

ଅଭିମାନୀ କାଶତଣ୍ଡୀ - ସୁଧାକର ସେଠୀ



ଅଶିନ ମାସରେ କାସତଣ୍ଡୀ ଫୁଲ
ହସେ ସିନା ଦାନ୍ତ ଦେଖେଇ
ହେଲେ ତା ହୂଦର ମରମ ବେଦନା
କେହିତ ବୁଝି ନ ପାରଇ ।

କେତେ ଯୋଜନ ପ୍ରତିକ୍ଷା ପରେ
ହୁଏ ତାର ଆଗମନ
ଜଗତେ ହରସେ କବିର ମାନସେ
ଆବୁରି ନିଏ ସେ ସ୍ଥାନ

କେବେ ବନେ ପ୍ରେମର ସଳିତା
ଜାଳି ଦିଏ ପ୍ରେମ ଦିପାଳୀ
ପ୍ରତିକ୍ଷା ତାର କେବେ ହେବଅନ୍ତ
ପଡିଛି ତା ମନେ ଭାଳେଣି

ବୃଥା ହୁଏ ଯଦି ତାର ପ୍ରତିକ୍ଷା
ମନରେ ଉଠୁଛି ଭାବନା
ମନର ମଣିଷ ଦେଖାତ ଯାଉନି
ଦହଗଞ୍ଜ ଖାଲି ହେଉଛି ସିନା

ବେଦନ ସିକ୍ତ ହୃଦଧରି ସିଏ
ଅପନ୍ତରା ମୂଲକେ ହୋଇଛି ଠିଆ
କେବେ  ଫେରିବ ତା ମନର ମଣିଷ
ହୃଦରେ ଜଳୁଛି କୁହୁଳା ନିଆଁ।

ଏତେ ଶୃଙ୍ଗାର କିଅବା ମୂଲ
ହେଲା ଯଦି ଉପେକ୍ଷିତ
ସଂସାର ସାରା ଆଦର ଲଭିଛି
ନିଜ ପ୍ରେମ କଲା ପ୍ରତାରିତ।

ନିଲଠା କବିଏ ଦେଖି ଦେଲେ ତାକୁ
ହସୁଛଛନ୍ତି ଦାନ୍ତ ଦେଖେଇ
ହେଲେକେ ବୁଝୁନି ତାର ଅଭିସାର
ତାକୁ ବଞ୍ଚିବାକୁ ଦେଉନି ।

ଦୁନିଆଟା ବଡ ଅବିବେକି
ଖୋଜେ ସଦା ଚହଟ ଚିକଣ
ଅନ୍ତର ଦେଖେନା ମନକୁ ବୁଝେନା
ବୁଝେନା ମହତ ପରାଣ

ହୃଦତ ସିଏ ଦେଇଛି ବିକି
ଚାହିଁଛି ତା ଫେରିବା ବାଟ
ଚଗଲା ପବନ ଲମ୍ପଟ ଭ୍ରମର
କରିପାରିବେନି ତାକୁ ପଥଭ୍ରଷ୍ଟ।
            ❤
ଜମ୍ବେଶ୍ବରପୁର,ବାଲେଶ୍ବର
   ୯୩୩୭୬୮୧୫୨୪

Sent from my Samsung Galaxy smartphone.

0 Comments