ଅବାସ୍ତବ ପ୍ରେମ ଉପହାର - ସିଦ୍ଧେଶ୍ଵର ତ୍ରିପାଠୀ

ଅବାସ୍ତବ ପ୍ରେମ ଉପହାର - ସିଦ୍ଧେଶ୍ଵର ତ୍ରିପାଠୀ


ଫଗୁଣ  ଆସିଲା ପରେ 
ବଉଳ ବାସିଲା ପରେ
ଝର ଝର ଝରୁଥିଲା 
ଫଗୁ ଅବିରର କେତେ ରଙ୍ଗ

ପଳାଶବି ହସୁଥିଲା 
ଆମ୍ବ କସି ଦିଶୁଥିଲା
କାନରେ ମୋ ବାଜୁଥିଲା
କୋଇଲିର ସେଇ ମିଠା ସ୍ୱର ।

ବସନ୍ତର ଆଗମନେ
 ଅତୀତରେ ଏଇ ମନେ
ଲାଗୁଥିଲା କଅଁଳିଆ ଡେଣା
ଉଡି ବୁଲୁଥିଲା ସିଏ ଦୂରେ ବହୁଦୂରେ 

ତୁମେ ଯେବେ ଆସିଲ ଜୀବନେ
ହସୁଥିଲା ମନ ମଧୁବନ
ହେଲେ ଆଜି ସବୁ ଧୂଆଁ ଧୂଆଁ
ଧିକ ଏଇ ଅଲୋଡା ଜୀବନ ।


ପ୍ରଭାତରୁ ସଞ୍ଜ ଆଉ ଦିବସ ରଜନୀ
ନିଆଁ ନାହିଁ ଜଳେ ଦେହ ମନ
ବିନା ଅସ୍ତ୍ରେ ଖଣ୍ଡ ଖଣ୍ଡ ହୁଏ
ଗୋଟି ଗୋଟି ମରମ ସପନ  

ଅନ୍ତହୀନ ଏ ପ୍ରତୀକ୍ଷା ମୋର
ଅବଶୋଷ ସାରା ଜୀବନର
ଅନ୍ତରିକ୍ଷେ ହଜି ହଜି ଯାଏ
ଅବାସ୍ତବ ପ୍ରେମ ଉପହାର ।

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା

0 Comments