OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

କ୍ଷୁଦ୍ରଗଳ୍ପ - ଆଜିର ମାଷ୍ଟର ଓ ବୁଢୀ ଆଈ - ଦୀପ୍ତିଲେଖା ମିଶ୍ର

କ୍ଷୁଦ୍ରଗଳ୍ପ - ଆଜିର ମାଷ୍ଟର ଓ ବୁଢୀ ଆଈ - ଦୀପ୍ତିଲେଖା ମିଶ୍ର



ଭଲ ଥିଲା ଆମ ଅତୀତର ବୁଢୀ ଆଈ ଗପ ଆଉ ମାଷ୍ଟରଙ୍କର ଗାଳି ଗୂଲଜ ସହ ମନକୁ ଛୁଇଁବା ଗଳ୍ପ । ମୋ ବୁଢୀ ମାଆ ସବୁବେଳେ ଶୁଆଈବା ବେଳେ ଟୁଆଁ ଟୁଈଁ ଗପ, ବୁଢୀ ଅସୁରୁଣି ଗପ, ଜହ୍ନମାମୁଁ ଗପ, ସାଧବାଣୀ ଗପ,ଶୁ ଆ ଶାରୀ ଗପ ଏମିତି ପ୍ରତିଦିନ ତିନି ରୁ ଚାରୋଟି ଗପ ଶୁଣିଲେ ନିଦ ହେଉଥିଲା । କିନ୍ତୁ ଆଜି ଗପର ପ୍ରାଧାନ୍ୟ ହିଁ ନାହିଁ ।


ଚିକୁ ଓ ମିକୁ ଭାରୀ ଭଲ ପିଲା ଦୁହେଁ । ସେମାନେ ଦୁଈ ଭାଇ ।ଦୁହେଁ ପାଠପଢା ସରିଲା ପରେ ଶୋଈପଡନ୍ତି ମୁଠାଏ ଖାଈକରି । ନିଦ ନ ହେଲେ ବୁଢୀ ମାଁ ପାଖରେ ବସାଈ ଗପ କହି କହି ଶୁଆଈଦିଅନ୍ତି । ସ୍କୁଲ୍ ରେ ହଈରାଣ କାହାକୁ କରନ୍ତିନି । ଗଳ୍ପ ପ୍ରତିଯୋଗୀତାରେ ଦୁହେଁ ପୁରସ୍କୄତ ବି ହୁଅନ୍ତି । ସେମାନଙ୍କର ଭଲ ଗୁଣ ଥିଲା ବହି ପଢିବା ଆଉ ଗପ ଶୁଣିବା ଶୁଣେଈବା । ଦିଦି ଯଦି ନ ଆସିଥିବେ ଦୁହେଁ ପିଲାଙ୍କୁ ଗପ କହି ମନୋରଂଜନ କରାନ୍ତି । ଦୁହେଁ ବଡ ହେଲେ ।ଚାକିରି କଲେ ଆଉ ବୈବାହିକ ଜୀବନ କୁ ଗ୍ରହଣ କଲେ । କିନ୍ତୁ ତାଙ୍କର ସମୟ ଆଉ ଆଜିର ସମୟ ଭିତରେ ଅନେକ ଦୁରତା ଥିଲା । ଚିକୁ ମିକୁର ବାପା ମାଆ ଗପ କହିବା, ମାଟି ଚକଟି କଣ୍ଢେଈ ତିଆରି କରିବା,ବାଲିରେ ଖେଳିବା ଏସବୁ ଠାରୁ ଦୁରେଈ ରଖୁଥିଲେ । ବୁଢୀ ମାଆ ର କିଛି କିଛି ହଁ ଭରା ରେ ଖେଳୁଥିଲେ ଆଉ ବାପା ମାଆ କୁ ଦେଖିଲେ ବହି ଧରି ବସିଯାଉଥିଲେ । ପାଠକୁ ଅଧିକ ଗୁରୁତ୍ବ ଦେଉଥିଲେ ବାପା ମାଆ । ଏସବୁ ଚିକୁ ମିକୁ ଅନୁଭବ କରିଥିଲେ ।

ଏଣୁ ନିଜ ପିଲାଙ୍କୁ ବି ସେମାନେ ବୁଢୀ ମାଆର ସ୍ଥାନ ନେଈ ଗପ ଗୀତ ଶୁଣାଉଥିଲେ । କ୍କାସ୍ ରେ ଅନ୍ୟ ପିଲାମାନେ କିନ୍ତୁ ଗପଗୀତର ପ୍ରେମୀ ନ ଥିଲେ । ଏମିତିକି ଶିକ୍ଷକଶିକ୍ଷୟତ୍ରୀ ବି ଆଜିର ଦିନରେ ଭଲ ଗପଟିଏ ଶୁଣାଇ ପାରୁନଥିଲେ । ଚିକୁ ମିକୁର ପିଲାମାନେ ଗପ କହିବା ବେଳେ ଆଜିର ମାଷ୍ଟର ବି ବହୁତ କଳ୍ପନା କରି ନିଜକୁ ଧିକାରୁଥିଲେ ଯେ ନିଜକୁ ଭଲ ଗପଟିଏ ଜଣା ନାହିଁ, ପ୍ରାର୍ଥନା ବି ସଂପୁର୍ଣ୍ଣ ଜଣା ନାହିଁ । ଚିକୁ ମିକୁ ର ପିଲା ଦୁଇଙ୍କ ଭଳି ଅନ୍ୟକୁ ପ୍ରେରଣା ମିଳୁ ଭାବି ମାଷ୍ଟର ଗୋଟିଏ ଗପ କ୍ଳାସ୍ ରଖିଲେ । ପ୍ରତିଯୋଗୀତା ବି ରଖିଲେ । ବିଭିନ୍ନ ପ୍ରକାର ଖେଳ ବି ଶିଖୀଲେ ଆଉ ଶିଖାଈଲେ । ସବୁ ପିଲା ପ୍ରତିଦିନ ଗପ କହିବା ପାଈଁ ବାଧ୍ୟ କରିବାରୁ ବାପା ମାଆ ମାନେ ଗପବହି ଆଣି ପିଲାଙ୍କୁ ଦେଈଥିଲେ । ଗପ ବହିଗୁଡିକର ପୁଣି ଥରେ ଆଦର ବଢିଲା । ପିତାମାତା ସଭାରେ ପରାମର୍ଶ ଦେଲେ ସମୟ ନିଶ୍ଚୟ ବାହାର କରନ୍ତୁ ଆଉ ପିଲାଙ୍କୁ ଗପ ଶିଖାନ୍ତୁ । ଦେଖିବ ନିଶ୍ଚେ ଦିନେ ଚିକୁ ମିକୁଙ୍କ ପିଲାଙ୍କ ଭଳି ସମସ୍ତେ ପାଠପଢାର ଗୁରୁତ୍ବ ବୁଝିବେ । ସବୁ ବାପାମାଆ ମାନେ ତଥ୍ୟ ବୁଝି ତାଳି ମାରିଲେ ।ଚିକୁ ମିକୁ ନିଜକୁ ଧନ୍ୟ ମନେ କଲେ ଆଉ ସ୍କୁଲ୍ ର ସମସ୍ତଙ୍କୁ ଗପ ବହି ଦାନ କରି ଥିଲେ । 


Diptilekha mishra

0 Comments