ସ୍ଵୟଂପୂର୍ଣ୍ଣା ଆମ ମାଆ - ସଦାନନ୍ଦ ସାହୁ

ସ୍ଵୟଂପୂର୍ଣ୍ଣା ଆମ ମାଆ - ସଦାନନ୍ଦ ସାହୁ


କୁଳର ଗାରିମା  ପ୍ରୀତିର ପ୍ରତିମା
    ସ୍ନେହଁମୟୀ   ଭଗ୍ନୀ,ଜାୟା
ଦୁହିତାରୁମାତା    ସରଗ ମୁକୁତା 
     ଆହାକିତା'  ମୋହମାୟା  ! !

ସଂସାର ମନ୍ଦିର ଅନନ୍ୟ ସ୍ଵାକ୍ଷର
    ସଵୁଆମ    ଜନନୀର
ନିରଳସେ ଭାସେ ଜଞ୍ଜାଳ ଊଚ୍ଛ୍ଵାସେ
     ସମୃଦ୍ଧିର   ସୁତ୍ରଧାର   ! !

ସର୍ବ ସମର୍ପଣେ ସଦାସେ'ଉତ୍କର୍ଷେ
      ସତେ ସେ'ଜଗତ ଜିତା
ଶାବକର ବସା ହସଇ  ସର୍ଵଦା
    କୁହୁକିନୀ  ସେ'ଯେ ମାତା ! !

ଖୁଦକି ମରୂଖ  ମାଆ'ଦେଲେ ପ୍ରୀତ
      ମେଣ୍ଟିଯାଏ  ଭୋକଶୋଷ   
ମାଆ ଅନ୍ନପୂର୍ଣ୍ଣା  ମାଆ ସ୍ଵୟଂପୂର୍ଣ୍ଣା
   କରେନାହିଁ  କେବେ ରୋଷ  ! !

ମାତା ମହନୀୟା  ଶ୍ରେଷ୍ଠା ବନ୍ଦନୀୟା
        ସର୍ବଂସହା   ଶକ୍ତିରୂପା 
ଦଗ୍ଧୀଭୂତ ହୋଇ  ଦୁଃଖକୁ ଆବୋରି
        ସଭିଁଙ୍କୁ   କରଇ କୃପା  ! !

ରୋଗଶୋକ ବେଳେ ସେବାଧର୍ମ କରେ
        ପଲକତା'   ପଡେନାହିଁ
 ସୃଷ୍ଟିରେ ଆଶ୍ଚର୍ଯ୍ୟା ଅନନ୍ୟା ସେ'ମାତା
    ଗଢିଛିକି     ଜାଣି ବିହି  ! !

 ଶୁଭ ପ୍ରଦାୟିନୀ  ମାଆ ଘରମଣି
      ବିଧିର ସେ'  ବିଧାୟିକା
ବାର ମାସେ ତେର ପାଳଇ ପରବ
       ଦୂରହୁଏ    ସର୍ବଶଙ୍କା  ! !

ଉପବାସେ ହସେ  ଦୁଃଖେ ଅବା ସୁଖେ
       ସୁଖର ସମୃଦ୍ଧି  ପାଇଁ
କେହି ବୁଝେନାହିଁ  ଖାଇଛିକି ନାଇଁ
      ସ୍ଵାର୍ଥପର   ସର୍ବେଭାଇ   ! !

ଚିରଦୀପ୍ତିମୟୀ ହେ'ମାଆ  କଲ୍ୟାଣୀ 
      ଶତଶତ    ପ୍ରଣିପାତ
ହୃଦୟା ବିଭବା  ହୀରାମୋତି ମାଳା
      ସୃଷ୍ଟି ତୋ '  ବିରଳ ମାତ ! !

ସଦାନନ୍ଦ ସାହୁ, ଧୁରୁଷିଆ, ଆଠଗଡ, କଟକ 

0 Comments