ସୁରମ୍ୟ ଆବାସ - ସଦାନନ୍ଦ ସାହୁ


ଆବାସ ନିବାସ ପ୍ରକାଶ୍ୟ ଆଲୋକ
ସଂସାର'ର  ଚିର ଛବି ,
ଭାବ ବନ୍ଧନର ନିଆରା ମନ୍ଦିର
ହସେ ଅଂଶୁମାନ ଭବି  !1!

ସ୍ଵର୍ଣ୍ଣିମ ମନ୍ଦିର ପ୍ରୀତିର ଭଣ୍ଡାର
ବୈକୁଣ୍ଠ ସମାନ  ଘର ,
ପରଷ୍ପର ସ୍ନେହଁ ଥାଏ ନିରନ୍ତର
ଝରଇ ଅମୃତ ନୀର  !2!

ସମାଜେ ସ୍ଵୀକୃତ ଏଇ ସୁନାନୀଡ
ପ୍ରତିଷ୍ଠାରେ ଅଛି ଖ୍ଯାତି   ,
ଶୃଙ୍ଖଳା ବୋଧର ଚରମ ସ୍ଵାକ୍ଷର
ଉଦ୍ଭାସିତ ହୁଏ ପ୍ରୀତି  !3!

ପିତାମହ ପିତା ନିର୍ମାଣ ଦେବତା
ଗଢି ଯାଇଛନ୍ତି ନୀଡ   ,
କମାଣ ନିହାଣ ସ୍ଵୟଂପୂର୍ଣ୍ଣ ଜାଣ
ଭାଙ୍ଗି  ପାରିବନି  ଝଡ  !4!

ସୁନା ରୂପା ଧନ  ନାହିଁ ପ୍ରୟୋଜନ
ନିତି ଫୁଟେ ପ୍ରୀତିଫୁଲ ,
ଆହାକି ବିଚିତ୍ର  ଆବାସ ସଚିତ୍ର
ସଭିଁଏ ହୁଅନ୍ତି ଗେଲ  !5!

ଆମ ସୁନା ବସା ହସୁଛି ସର୍ଵଦା
ସୁଖର ସୌହାର୍ଦ୍ଦ୍ୟ ମେଲି ,
ଜ୍ୟେଷ୍ଠ ବୟୋଜ୍ୟେଷ୍ଠ ଚିରପୂଜ୍ୟସ୍ପଦ
ହସଫୁଲ ଦ୍ଯନ୍ତି  ଢାଳି  !6!

ମମତା ସମତା ପାଳନ୍ତିତ' ମାତା
ସଭିଁଏ ହୁଅନ୍ତି  ଖୁସି ,
ସ୍ନେହଁର ରଙ୍କୁଣୀ ଆମରି ଜନନୀ
ଟିକି ବସା ଉଠେ ହସି  !7!

ଶାବକର ଆଶା  ହୁଏନି ବିବଶା
ସଭିଁଏ  ସ୍ଵଜ୍ଜଳ ଧାରା ,
ଦୟାପରବେଶ ସର୍ବ ବୟୋଜ୍ୟେଷ୍ଠ
ନିଆରା ହୃଦୟ ପରା  !8!

ପିତା ମାତା ଶାନ୍ତି ଉଚ୍ଛୁଳେ ପୀରତି
ରୌପ୍ୟ ସ୍ଵର୍ଣ୍ଣ ନାହିଁ ଲୋଡା ,
ଆମରି ସଂସାର ଆମ ସୁନା ଘର
ଭୋଗିବନି ଜମା ପିଡା !9!

ଜଗତର ନାଥ  ଏ'ତୁମ୍ଭରି ବିଭବ
ସୁଖର  ସୌନ୍ଦର୍ଯ୍ୟ ଛବି ,
ଚିର ହସ ପୁଷ୍ପ ହେଉ ପ୍ରଷ୍ପୁଟିତ
ଟିକିବସା  ରଖ ଢାଙ୍କି !10!

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ

0 Comments