ଶହୀଦ୍ ସଲାମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଶହୀଦ୍ ସଲାମ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ଏଇତ ଆମର ଭାରତ ବର୍ଷ  ନିତି ସୈନିକ ମରେ
ଗାଁ ରେ ସହରେ ସୀମାନ୍ତେ ଜୀବନ ଅଦିନେ ଅବେଳେ ଝଡେ  ।।
ଶୀତ କାକରରେ ରୈ।ଦ୍ର ତାପରେ ପାହାଡ଼େ ଜଙ୍ଗଲେ ,ଭୁଲି
ଘରଦ୍ଵାର, ଛାଡି ସ୍ଵଜନ ସୋଦର ପ୍ରହରା ଦିଅଇ ବୁଲି  ।।

ଜଗି ରହିଥାଏ ଅରାତି କବଳୁ ,ଦେଶର ସୁରକ୍ଷା ତାର
ହାତେ ସଂପି ଦେଇ ନିଘୋଡ଼ ନିଦରେ ଶୋଇଯାଏ ଦରବାର  ।।
ଅନେକ ସୁରକ୍ଷା ବଳୟ ଭିତରେ ପ୍ରହରା ରତ ପ୍ରହରୀ
ପ୍ରହରା ଦିଅଇ ତଥାପି ଅକାଳେ ଜୀବନ ଦିଅଇ ବଳି  ।।

କୁଟଚକ୍ରେ ହୀନ ଚକ୍ରାନ୍ତ ରଚଇ ପଶୁ ସମ ସଇତାନ
ଆତ୍ମଘାତୀ ଅସ୍ତ୍ର ବିନାଶେ ଅକାଳେ ସହିଦ୍ ହୁଏ ଯବାନ  ।।
ସହି ସହି ସେନା ହେଲାଣି ଅସହ୍ୟ ଜନତା ବି ହୁଏ କାବା
ଏକି ରାଜନୀତି ବସି ବସି କ'ଣ ଦେଖୁଛ ହେ ରାଜନେତା  ।।

କି ଦେଖୁଛ ଆଉ ଜନ ଦରବାର ତୁମ ପୁଅ ନାତି ଆଜି
ଅରାତି ହାତରେ ଚିର ନିଦ୍ରାରେ କେମିତି ଶୋଇ ଯାଇଛି  ।।
ସହିଦ୍ ଘରଣୀ ଆଖି ସୁଖୁନାହିଁ ବୁକୁଫଟା କୋହ ନିଆଁ
କୁନା,କୁନୀ ଥୋଡଥରା ଲୁହ ଆହା କି ବିକଳେ ଝରେ ଚାହାଁ  ।।

କୋଣେ ଅନୁକୋଣେ ରାଇଜଟା ସାରା ସ୍ତବ୍ଧ ହୋଇଯାଇଅଛି
ଚୁପ୍ ଚାପ୍ କିଆଁ ,ଦେଖ ରେ ଜନତା ହେଇ ସହିଦ୍ ଶବ ଆସୁଛି  ।।
ଶପଥ ନିଅରେ ଭାରତମାତା ର ବୀର ଅମୃତ ସନ୍ତାନ
ଏକଯୁଟ ହୁଅ ଅରାତି ବିରୁଦ୍ଧେ ରଖ ଜାତୀୟ ସମ୍ମାନ 
ସହିଦ୍ ସଲାମ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments