
ଫୁଲ ତୋଳିଲା ବେଳେ
ମନେ ହୁଏ ଫୁଲ ସବୁ
ଡେଇଁ ଡେଇଁ ପାଖକୁ ଆସୁଛଂତି
ପଛ ପାଖରେ ଲୁଚି ରହି ଥିବା
ଫୁଲ ଗୁ଼ଡିକ ମନେ ହୁଏ
ଆଗ୍ରହରେ ଡେଇଁ ପଡୁଛଂତି
ଯେମିତି ତାଂକୁବି କେହି
ଶୀଘ୍ର ତୋଳି ନେଇ ଯାଉ
ଫୁଲ କୁ ବି ଜଣା ଅଛି
ମୁଁ ଏଠୁ ଗଲେ
ଭଗବାନଂକ ମସ୍ତକରେ
ଶୋଭା ପାଇବି
ସମସ୍ତଂକର ଇଚ୍ଛା
ଭଗବାନଂକ ସାଂଗରେ
ମିଶି ରହିବା ପାଇଁ
ଫୁଲ ଯେପରି ତୋଳି
ହୋଇ ଯିବା ପାଇଁ
ନିଜେ ନିଜେ ଆତୁର ହୁଏ
ମଣିଷ ମଧ୍ୟ ପାକଳ
ବୟସରେ ଆତୁର ହୁଏ
ଭଗବାନଙ୍କ ଶରଣାଗତ ହେବାକୁ |
ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।