OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ରୂପ ଲାବଣ୍ୟ - ସଦାନନ୍ଦ ସାହୁ

ରୂପ ଲାବଣ୍ୟ - ସଦାନନ୍ଦ ସାହୁ


ତୋ' ରୂପ ଲାବଣ୍ୟ କରିଚିଲୋ ମୁଗ୍ଧ
    ପାସୋରି ପାରୁନି ମନୁ ;;
ଯେତେ ଦେଖିଲେବି ଲାଗୁଚୁ ତୁ' ନୂଆ
   ମୋ' ଆଖି ପଲକରେ ତୁ !!

ତୋ' ମୁଖ ମଣ୍ଡଳେ ଚାନ୍ଦ ହସୁଛି ଲୋ '
    ଓଠରୁ  ଝରୁଚି  ମହୁ ;
 ଗଭାରେ ଫୁଟିଚି ସଜଗୋଲାପ ଲୋ'
    କଥା ତୋ'କୋଇଲି କୁହୁ !!

   ତୋ'ବକ୍ଷ ଯୁଗଳ ଆହାକି ସୁନ୍ଦର
     ସରଗର   ପାରିଜାତ ;
ସରଗର ପରୀ ଲାଜେ ଯାଏ ମରି
    ତା"ଠାରୁ ସୁନ୍ଦରୀ ସତ !!

କଥା ତୁ' କହିଲେ ଶୁଣାଯାଏ ମୋତେ
    ସଙ୍ଗୀତର ସାତ ସୁର ;
ତୁଉ ଚାଲିଗଲେ ଫୁଲ ବର୍ଷା ହୁଏ
    ମନ ମୋ' ହୁଏ ଅଧୀର  !!

ନାସିକାରେ ତୋ'ର ତିଳ ଫୁଲ ଗୁଣା
    ପାଉଚି ଲୋ' ବଡ ଶୋଭା;
ତୋ'ନୀଳ ନୟନ ଲାଗୁଚି ସୁନ୍ଦର
    ଆହାକି ତୁ' ମନ ଲୋଭା !!

ଆଶା ବିଶ୍ୱାସରେ  ପାଉଚି ଲୋ' ଭଲ
       ଭୁଲି ତୁ' ଯିବୁନି ମୋତେ ;
ପ୍ରେମ ରାଇଜରେ ରଖିବିଲୋ' ତୋତେ
     ସରାଗେ ରହିବୁ ପାଶେ !!

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ

0 Comments