"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ପ୍ରେମ - ସତ୍ୟ, ଶିବ, ସୁନ୍ଦର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପ୍ରେମ - ସତ୍ୟ, ଶିବ, ସୁନ୍ଦର - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


କେତେ ଦୂରେ ଚାନ୍ଦ ଜଳେ କୁମୁଦିନୀ ପ୍ରେମ
ଅଭିନ୍ନ ଅଟେ ଶାଶ୍ଵତ ସତ୍ୟ ଚିରନ୍ତନ

ସରସୀ ରେ ସରୋରୁହ ଆକାଶେ ସୂରୁଯ
ଅଭେଦ୍ୟ ପ୍ରେମ ତାଙ୍କର ବୁଝିବା ଦୁର୍ବୋଧ୍ୟ  ।

ମେଘମାଳା ଦୃଶ୍ୟେ ଶୂନ୍ୟେ ବନରେ ମୟୂର
ପ୍ରେମଭୋଳେ ନୃତ୍ୟ କରେ କାହିଁ ପଟାନ୍ତର ।

ଫୁଲ ଫୁଟେ ହସେ ରସା ମଧୂ ସଉରଭ
ପ୍ରେମଭରେ ପ୍ରଜାପତି ମହୂମାଛି ଭୃଙ୍ଗ ।

ଶୋଷେ ମଧୂରସ ପୁଣି ଫୁଲେ ଫୁଲେ ଚୁମେ
ଅଚିନ୍ତ୍ୟମାନ ଏ ପ୍ରେମ ପରାଗ ସଂଗମେ ।

ଅରୁଣ କିରଣ ରେଣୁ ବାୟସ ବସା ରେ
ପ୍ରଥମ ଷ୍ପର୍ଶେ ପ୍ରେମରେ ଗୀତେ ଡେଣାଝାଡେ ।

କୃଷ୍ଣ ପ୍ରେମେ ରାଧା ଯେହ୍ନେ ଶିବ ଯୋଗମାୟା
ବେଦପତି ବେଦ ମାତା ସତୀ ଅନୁସୂୟା ।

ସତ୍ୟ, ଶିବ,ସୁନ୍ଦର ସେ ଅଟେ ଚିରନ୍ତନ 
ପ୍ରେମ ଫଲ୍ଗୁ ନଦୀ ଜଳେ କର ପ୍ରେମି ସ୍ନାନ ।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments