କିଏ କହେ ମୋତେ ପାଗଳ ହେଲାଣି
କିଏ କରେ ଉପହାସ
ଦେଖିଯାଅ ଥରେ ଆସି ମୋ ପ୍ରିୟାରେ
ତୁମ ବିନା ମୋର ବେଶ ।
ସାଙ୍ଗସାଥୀ ମେଳେ କରମ ଜଞ୍ଜାଳେ
ଦିନ ସିନା ଯାଏ ବିତି
କେତେ ଶୁଣେଇବି ଜୀବନ କାହାଣୀ
ଦୁଃଖ ଦିଏ ଶୀତ ରାତି ।
ଏକା ଏକା ରହି ପରଖୁଚି ଯାହା
ଦେହର ଉତ୍ତାପ ଖାଲି
ଅଳପ ହସରେ ଅଳପ ଲାଜରେ
ଆସ ଥରେ ବାଟ ଭୁଲି ।
ମହୁଲିଆ ଶୀତ ପାହାନ୍ତି ସପନ
କଣ୍ଟକିତ ଅନୁଭୂତି
ଉଆଁସ ରଜନୀ ସବୁ ଯିବ ଚାଲି
ତୁମେ ପାଶେ ଥିଲେ ସାଥୀ ।
           
ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍,
ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର