ପଶାଖେଳ - ବିଷ୍ଣୁ ପ୍ରସାଦ ମିଶ୍ର


ସବୁ କଷଟି ରୁ ବଞ୍ଚିତ ହୋଇ କି
ସଞ୍ଚିତ ଆଶା ମୋ ରୁଗ୍ଣ,
ଜିଇଁବା କେବଳ ପ୍ରତୀଛବି ଖାଲି
ହସ୍ତ ଷ୍ପର୍ଶି ଶାଖା ଭଗ୍ନ. ୦
ପଥପ୍ରାନ୍ତ ଖାଲି ମରୀଚିକା ପୂର୍ଣ୍ଣ
ଜୀବନେ ତୃଷ୍ଣତା ଦାଉ,
ହୀରା ମୋତି ଆଜି କାଚ଼ ପାଲଟିଛି
ଏଇ ହାତେ ଛୁଉଁ ଛୁଉଁ. ୧
ସ୍ମୃତି ପାଲଟିଛି ମନର ସପନ
ଗୋପନତା ହୃଦ କୋହେ,
ପ୍ରୀତି ମଧୁଶାଳା ପ୍ରତାରଣା ସାଜି
କଟାକ୍ଷ କରିଣ କହେ. ୨
ଶତୃ ସାଜିଅଛି ବାନ୍ଧିବା ସହସା
ବେଉସା ଯାଉଛି ହଜି,
ବିଜନତା ଦେଖି ଅଟ୍ଟହାସ୍ୟ କରେ
ସମୟ ନିଏ ପରଖି. ୩
ଖୋଜିବାର ପାଇଁ ଅଛି ଆଉ କିବା
ଭାବି ବସେ ଯେବେ ମନେ,
ହଜି ତ ଯାଇଛି ସବୁ କିଛି ଆଜି
ନାହିଁ କିଛି ଯା'ର ମାନେ. ୪
ତୁଚ୍ଛ ପିପାସା ର ଆଶା ଜାଗେ ନାହିଁ
ଭାଷା ଶୂନ୍ଯ ସୁଆଦ ରେ,
ଦେଖିବାକୁ ଏଠି ମରୂ ବାଲିଚର
ମୋହ ମାୟା ଛଦ୍ମ କରେ. ୫
ତଥାପି ରହିଛି କ୍ଷଣିକ ଜୀବନ
ସ୍ପନ୍ଦନତା ହୃଦେ ମୋହ,
କୋହ ଆଜି ଅବା କାହାକୁ କହିବି
ଜିଇଁବା ଶିଖାଏ ସ୍ନେହ. ୬

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ

0 Comments