"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ପରିବରତନ - ସଲିଳ କୁମାର ସ୍ଵାଇଁ

ପରିବରତନ - ସଲିଳ କୁମାର ସ୍ଵାଇଁ


ବାବାଙ୍କ ଭିତିରି  କଥା ସଜନୀଲୋ
ଭକତଙ୍କୁ ସବୁ ଜଣା
ଜାଣିକି ଅଜଣା     ହୁଅନ୍ତି ଭକତେ
ଆଖି ଥାଉ ଥାଉ କଣା ।
କିଏ ସେ ଆତଙ୍କବାଦୀ ସଜନୀଲୋ
ପାକିସ୍ତାନ ଜାଣିଅଛି
ଗାଲୁଆଙ୍କ  ବାରବାଟୀ  ଚାଷ ଭଳି
ଏବେବି ଗାଲୁ ମାରୁଛି ।
କିଏ ସାଧୁ କିଏ ଚୋର ସଜନୀଲୋ
ପୁଲିସି ପାଖେ ହିସାବ
ପୁଲିସିଟା ଯଦି   ଚୋର ସାଥି ହୁଏ
ଚୋରକୁ କିଏ ଧରିବ ?
କଳାଟଂକା କାହାପାଖେ ସଜନୀଲୋ
ଜାଣିସିନ୍ତି ସବୁ ନେତା
ଆଣିବେ ଫେରେଇ  ତୁଚ୍ଛା ଫୁଟୁକୁଣି
ମୁହେଁ ଖଡାଗଛ ଛତା ।
ଟଙ୍କିଆ ଚାଉଳ  ମିଳେ ସଜନୀଲୋ
ପାଞ୍ଚ'ରେ ମିଳେ ଆହାର
ମିଶନ  ଶକତି     ପିଠା ଓ କାଳିଆ
ଭୋଅଟ କିଣା ବେପାର ।
କୄଷକ ଶବଦ   ଆଗେ ସଜନୀଲୋ
ଯୋଜନା ନାମ କାଳିଆ
କୄଷକ ବଦଳେ ଫାର୍ମର ଯୋଡିଲେ
ହୋଇ ଥାଆନ୍ତା ଫାଳିଆ ।
ମୁଣ୍ଡପିଛା   ଋଣଭାର   ସଜନୀଲୋ
ଦିନୁଦିନ ବଢୁଅଛି
ସଚେତନ ଆମେ ହେବା କେଉଁଦିନ
ସତୁରୀ ବର୍ଷ ବିତିଚି ।
ନିର୍ବାଚନ  ଆସିଗଲା   ସଜନୀଲୋ
କେତେ ଯୋଜନା କାଢିବେ
ମଦମାଂସ ଦେଇ ଲୋକଙ୍କୁ ହାତେଇ
ପାଞ୍ଚବରଷ ମାରିବେ ।
ବିକିବାନି  ଆଉ ମୁଣ୍ଡ   ସଜନୀଲୋ
ଅଳସୁଆ ହେବାନାଇଁ
ଭାବିଚିନ୍ତି  ନେତା    ବାଛିବା ଏଥର
ପରିବରତନ ପାଇଁ ।

ସଲିଳ କୁମାର ସ୍ଵାଇଁ, ଶିକ୍ଷକ,
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ

0 Comments