ପରୀ ପରି ଦିଶୁ ସତେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପରୀ ପରି ଦିଶୁ ସତେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ସଖୀରେ ସେଦିନ କି ଶୁଭ ଲଗନ     ତୋ ଅଭୁଲା ଚାନ୍ଦ ମୁହଁ
ସପନ ସୁନ୍ଦରୀ ଆଗୋ ନୀଳପରୀ     ଦେଖି ହୋଇଗଲି ମୋହ
ସତରେ ସଜନୀ ସର୍ଫରୀ ନୟନୀ    କି କିମିଆଁ କଲୁ କହ
ସଖୀରେ ସେଦିନ କି ଶୁଭ ଲଗନ……।।

ତୋ ଗୋଲାପୀ ଓଠେ ସ୍ମିତ ହାସ୍ୟ ରେଖା     ସତେକି ବାଶବ ଧନୁ
ସମ୍ବୋଧନ ତୋର ଆହାକି ମଧୁର    କୋକିଳ କି ଚୁତ ବନୁ
ଗାଏ ପ୍ରୀୟା ଗୀତି କହେ ଆମ ପ୍ରୀତି     କରଇ ମନ ଅଥୟ
ସଖୀରେ ସେଦିନ କି ଶୁଭ ଲଗନ…..।।

ତୋ ରୂପ ଛଟାରେ ଅମରପୁରୀ ର     ଲଳନା ମଳୀନ ଦିଶିବେ
ମରାଳ ଗମନା ଚାରୁ ଚନ୍ଦ୍ରାନନା     ଋଷି ଯୋଗ ଭାଙ୍ଗିଦେବେ
ଆଖି ର ପଲକ ନପଡେ ତୋରୂପ     ରତୀ ବି ସମାନ ନୁହଁ
ସଖୀରେ ସେଦିନ କି ଶୁଭ ଲଗନ…..।।

କେତେକାଳ ବିହି ତପକରି ସହୀ      ଗୋଟିଏ ଚାଉଳେ ତୋତେ
ଗଢିଲା ଏପରି କରି ରେ ସୁନ୍ଦରୀ      ପରୀ,ପରି ଦିଶୁ ସତେ
ଏ ମନ ଆକାଶେ ତୁ କୁଆଁ ତାରା      ତୁ ପ୍ରଭାତୀ ମଳୟ ,,
ଏହି କବି ପରିଚୟ ,, ସଖୀରେ ସେଦିନ କି ଶୁଭ ଲଗନ…..।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments