OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ପଂଚତତ୍ଵ - ସସ୍ମିତା ସାହୁ

ପଂଚତତ୍ଵ - ସସ୍ମିତା ସାହୁ


ପାଞ୍ଚଟି ସିଦ୍ଧ।ନ୍ତ ଅଛି ଯାହା ପାଖେ
ସେହି ମାନି ଜ୍ଞାନୀ ଧନୀ ,
ବାକି ସବୁ ଜାଣ କଖାରୁ ବଡି ଲୋ
ଦେଖା ସୁନ୍ଦରକୁ ନାମୀ *୧*
ଶିକ୍ଷା ,ସଂସ୍କାର ,ସଂଗତି ,ଏକତା
ଆଉ ବ୍ୟକ୍ତିଗତ ପରିଚୟ,

ଏହି ସେ ସିଦ୍ଧାନ୍ତ କରୁ ଯଦି ପ୍ରାପ୍ତ
ତୋର ହେଊଥିବ ସଦା ଜୟ *୨ *
ଶିକ୍ଷିତ ହୋଇବ। ନିହାତି ଜରୁରୀ
ପ୍ରଥମ କର୍ତ୍ତବ୍ୟ ଅଟେ ଆମ ,
ଶିକ୍ଷା ବିନା ଜାଣ ତୁଚ୍ଛ ଏ ଜୀବନ
ଜୀବନର ନାହିଁ କିଛି ମାନ *୩ *
ଉଚ୍ଚଶିକ୍ଷା ଆମ ହୋଇବ କିସ ହେ
ସଂସ୍କାର ପାଇନୁ ଯଦି ଆମେ ,
ବିନା ସଂସ୍କାରରେ ମୂଲ୍ୟ ହୀନ ଲାଗେ
ମଣିଷ ଜୀବନ କେଉଁ କାମେ *୪*

ଭଲ ସଂସ୍କାର ତୁ ପାଇଛୁ ଯଦି ବା
ସେଇଥିରେ କାମ ଚଲେ ନାହିଁ ,
ସଂଗତି ତୋର ଉତ୍ତମ ହୋଇଲେ
କେଉଁଥିରେ ତୋର ଡର ନାହିଁ *୫*
ପିତା ମାତା ଠାରୁ ଶିଖି ଥାଉ ଆମେ
ଉତ୍ତମ ସଂଗତି କରିବାକୁ ,
ଶିକ୍ଷା ଠୁ ସଂସ୍କାର ସବୁ ତାଙ୍କ ଦାନ
ଭଲପାଉଥିବା ଆମେ ତାଙ୍କୁ *୬ *
ଉତ୍ତମ ସଂଗତି ଥାଇ କିସ ଲାଭ
ଏକତା ନ ଥିଲେ ଆମ ମଧ୍ୟେ,

ସେ ଏକ ମହାନ ଗୁଣ ଅଟେ ସଦା
ଯାହା ପାଇଁ ଦେଶ ବଢେ ଆଗେ* ୭*
ଶିକ୍ଷା ,ସଂସ୍କାର କୁ ସଂଗତି, ଏକତା
ସବୁ ଯଦି ଥାଏ ତୋ ଠାରେ ,
ଭଲ ମଣିଷ ତୁ ହୋଇବୁ ଜାଣିଥା
ବ୍ୟକ୍ତିଗତ ପରିଚୟ ଥିଲେ* ୮*
ଏମିତି କର୍ମ କରି ଯିବା ଆମେ
ସୃଷ୍ଟି ହେବ ଏକ ପରିଚୟ ,
ସ୍ୱୟଂ ପରିଚୟ ଯଦି ନାହିଁ ଆମ
ଜୀବନଟା ହେବ ଦୁଃଖମୟ *୯ *

ଏହି ପାଞ୍ଚସୁତ୍ର ମନେ ରଖିଥିବ
ମଣିଷ ଜୀବନେ ଭାରି ଲୋଡ଼ା ,
କାମରେ ଲଗାଇ ହେଉଥିବା ସଦା
ସବୁ ଜନଙ୍କର ପ୍ରିୟ ପରା *୧୦ *

ସସ୍ମିତା ସାହୁ, ନାସିକ, ମହାରାଷ୍ଟ୍ର

0 Comments