OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନିର୍ବାଚନ - କଣ୍ଡୁରି ଚରଣ ରାଉତ

ନିର୍ବାଚନ - କଣ୍ଡୁରି ଚରଣ ରାଉତ


ଭାରତୀୟ ଆମେ ବଡ ସଂପଦଟା
ଆମ ମାନ ସନମାନ
ଭୁଲିଯାଉ ଏହା ନେତା ଓ ଜନତା
ଆସିଗଲେ ନିର୍ବାଚନ ।
କେତେଟା ଟଙ୍କାରେ ବୋତଲେ ମଦରେ
ସ୍ବାଭିମାନ ଦେଇ ବିକି
ଗଣତନ୍ତ୍ର ନାମ କରୁ କଳୁଷିତ
ପାଞ୍ଚ ବର୍ଷ ଯାଉ ଠକି ।
ଲାଭ ଛଡା ନେତା କ୍ଷତି ସହିବାକୁ
ପ୍ରସ୍ତୁତ ନୁହନ୍ତି କେହି
ରାଜନୀତି ଆଉ ସେବା ନୁହେଁ ଏବେ
ବେପାର ଯାଇଛି ହୋଇ ।
କ୍ଷମତା ମଞ୍ଚରେ ଅଭିନେତା ସାଜି
ନେତା କରନ୍ତି ଶାସନ
ମୂଲ୍ୟବୋଧ ଭୁଲି କରିବାନି ତେଣୁ
ନିକୃଷ୍ଟ ପ୍ରାର୍ଥୀ ଚୟନ ।

ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍,
ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗିର

0 Comments