କେବେ ହେବ ସ୍ଥାୟୀ - ଗୋପାଳ ଚନ୍ଦ୍ର ସାଓ

କେବେ ହେବ ସ୍ଥାୟୀ - ଗୋପାଳ ଚନ୍ଦ୍ର ସାଓ


ସମ୍ପର୍କ କୁ
ସ୍ଥାୟୀ କରିବାର ଦାବୀ ନେଇ
ମୁଁ ବି ସେଦିନ
ନିରାଶ ହେଇ ଫେରି ଥିଲି
ତୁମ ସୁନ୍ଦର ସହରର
ନିଷ୍ଠୁର ଗଳିରୁ...

ଏଇ ଯେମିତି ପି ଏମ୍ ଜି ରୁ
ଆଶା କର୍ମୀ ଖାଲି ହାତରେ
ଫେରିଲେ ବିଳମ୍ବିତ ରାତିର
ଶେଷ ଟ୍ରେନ୍ ରେ
ସରକାର ପାଖରୁ....

କାହିଁ କେତେ ବର୍ଷ ହେଲା
ପୁରୁଷ କମିଶନ୍ ପରି
ଧର୍ଯ୍ୟ ହରା ନ ହେଇ
ମୁଁ ବି ପଡିରହିଛି
ତୁମେ କେଉଁ ଦିନ ଡାକିବ
ଆଉ କିଛି ସର୍ତ୍ତ ରଖି
ସମ୍ମତି ଦେବ
ତୁମ ମନ ଭିତରୁ....

ଅବଶ୍ୟ
ଯେମିତି ସେମିତି
ଚଳି ଯାଉଛି ଏ ମନ
ଖୁସି ନ ହେଲେ ବି
ଦୁଃଖରେ କଟି ଯାଉଛି ଦିନ
ଭାବନା ଦୁନିଆଁ ରେ
ଆଶା କରୁ କରୁ....

ଅନେକ ଦାବୀ ନୁହେଁ ମ...!!!
କେବଳ ଗୋଟିଏ
ରାଜ୍ୟ ନୁହେଁ ମନ ଟିଏ
ଯିଏ ଦେବ ଢେର୍ ଭଲ ପାଇବା
ଆଉ ମୁଁ ସାରା ଜୀବନ
ଅଭାବୀ ସାଜି ସାଉଁଟି ନେବି
ଯାହାକୁ  ମୁଁ କେବେ ପାଇନି
ଆଉ କାହା ଠାରୁ....

ଦେଖ ...ଚିନ୍ତା କର
ମୁଁ କିନ୍ତୁ ଯିବି ବାର୍ ବାର୍
ଅନୁରୋଧ ର ଫର୍ଦ୍ଦ ନେଇ
ନିରବି ବସିବି
ବିଚରା ଗ୍ରାମ ରକ୍ଷୀ ପରି
ଭରସା ତୁଟିଲେ
ଫେରି ଅସିବି ପୁଣି
ଅଧିବେଶନ ସରୁ ସରୁ....

ଗୋପାଳ ଚନ୍ଦ୍ର ସାଓ
ଦେଉଳି, ମୟୂରଭଞ୍ଜ

0 Comments