କାକର ବିନ୍ଦୁ - ନୃସିଂହ ଚରଣ ବେହେରା

କାକର ବିନ୍ଦୁ - ନୃସିଂହ ଚରଣ ବେହେରା


ଅନ୍ଧାର ରାତ୍ରି ବିଦାୟ ନିଏ
ହସି ହସି ଏ ଧରାପୃଷ୍ଠରୁ
ଯେବେ ଆଗମନ ହୁଏ କାକର ବିନ୍ଦୁର..
ଅନ୍ଧକାର ସବୁ ଅପସରି ଯାଏ
କଅଁଳିଆ ସୂର୍ଯ୍ୟ କିରଣ ଆଉ
କୋମଳ ସ୍ପର୍ଶ ପାଇ କାକର ବିନ୍ଦୁର ।
ଜଣା ନାହିଁ ସେହି କାକର ବିନ୍ଦୁର
କେତେ ବାକି ଅଛି ଆୟୁଷ
ଆଉ ରହିବ ସେ କେତେ ସମୟ
ତଥାପି ଆଗ୍ରହରେ ସିଏ କୋଳାଗ୍ରାତ କରେ
ଏ ଧରା ପୃଷ୍ଠକୁ,ବୃକ୍ଷ ଲତାଙ୍କୁ
ହସି ହସି କରେ ନିଜର ।
ଦିନ ଯେବେ ବଢେ ଧୂଳି ଯେବେ ଉଡେ
ମିଶି ଯାଏ ମାଟିରେ ଅସ୍ତିତ୍ୱ ସେହି
ସୁନ୍ଦର ଆଉ ନିଷ୍ପାପ କାକର ବିନ୍ଦୁର
ବିନ୍ଦୁଟିଏ ହେଉ ପଛେ ସେ ଶୀତ କାକରର
କହି ଦେଇ ଯାଏ ସମସ୍ତଙ୍କୁ
ଏ ଜୀବନ ହେଉଛି କ୍ଷଣ ଭଙ୍ଗୁର ।

ନୃସିଂହ ଚରଣ ବେହେରା
୨୧୭, ୟୁନିଟ-୯(ଫ୍ଲାଟ) ବାୟାବାବା ମଠ ଲେନ, ଭୁବନେଶ୍ୱର-୨୨

0 Comments