ସମ୍ବଲପୁରୀ କବିତା - ଇ ସମିଆଁ ର୍ ଚଲନ୍ - ଶାନ୍ତନୁ କୁମାର କର୍ଣ୍ଣ

ସମ୍ବଲପୁରୀ କବିତା - ଇ ସମିଆଁ ର୍ ଚଲନ୍ - ଶାନ୍ତନୁ କୁମାର କର୍ଣ୍ଣ


ଅଘୋକାଲର୍ ନୀତିନିଅମ୍
ନେଇନ ପରେ ଆଝି,
ଗାଁ ଗଉଁଲି ନ ହଉଚେ ଆଏଜ୍
ନେତା ମାନକର୍ ଭୁଜି ।

ସେ ସମିଆଁର୍ ଗାଁ ଆଏଜ୍
ହେଇଗଲାନ ଭିଲେଜ୍,
ଗୁହାଲପଢା ଉଠିକରି ହେଲାନ
ଇଂଲିଶ୍ ମିଡ଼ିଅମ୍ କଲେଜ୍ ।

ଭାଗବତ୍ ଗୁଡିକେ ଭାଙ୍ଗି
ଆଏଜ୍ କରିଦେଲେନ ଯୁବ୍ ଶାଲା,
ବେଲ୍ ବୁଡ଼ଲେ ବୁଆ ଡାକୁଚେ
ତାର୍ ପୁଓ କେ ଶଲା ।

ବୁଆର୍ ଆର୍ ପୁଓ ଆଏଜ୍
ଗୁଟେ ସାଂଗେ ହଉଚନ୍ ସଖା,
ପୁଓର୍ ସାଂଗେ ବୁଆର୍ ମଦ୍ ପିଆ
ଦେଖି ସଭେଁ ହେଲେ କାବା ।

ଆଝିର୍ ଛୁଆ ବୁଆ ମାଁ ନେଇ ଡାକବାର୍
ଡାକୁଚେ ମମି ଡାଡି,
ଏଭେ ତ ମାଁ ମନେ ପିନ୍ଧୁଛନ୍ ନାଇଟି
ନେଇ ପିନ୍ଧବାର୍ କେଭେଁ ଶାଢ଼ୀ ।

ଉଡିଆ ପାଠ୍ ଭଲ ନି ଲାଗବାର୍
ଇଂଲିଶ୍ ଟା ଭଲ୍ ଆଏ,
ଭାଏ ବହେନ୍ ଆମହେଁ ନୁହେଁ
ଆମହେଁ ଗାର୍ଲ୍ ବଏ ।

ପାଲା ରାମନୀଲା ଉଡିଶୀ କୀର୍ତ୍ତନ୍
ନେଇ ଲାଗଵା ଆରୁ ବାଗ,
ଡିସ୍କୋ ଡେନ୍ସ୍ ସାଂଗେ ବାଇନାଚ୍
ସଭେଁ ଦେଖୁଚନ୍ ଆଘ ।।

ଦେଖତ ଇ ସମିଆଁର୍ ଚଲନ୍ ସାଂଗେ
କେନ୍ତା ହେଲେନ ସଭେ,
ଯଧିର୍ ନାଇଁ ସୁଧରାମା ଇ ଚଲନ୍ କେ
ବରବାଦ ହେଇଯିମା ଆମହେଁ ।।

ଶାନ୍ତନୁ କୁମାର କର୍ଣ୍ଣ
ଜୟପୁର, ବୀରମହାରାଜପୁର, ସୋନପୁର

1 Comments

  1. ବହୁତ ସୁନଂଦର କବିତା .... ବଣମଲ୍କି ସରବଦା ମହକୁ

    ରମାକାନ୍ତ ସହୁ
    ସମାରପାଲି ବରଗଡ

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଗୁଗୁଲି ଆକାଉଣ୍ଟ ମାଧ୍ୟମରେ ନିଜର ମତାମତ ପ୍ରଦାନ କରନ୍ତୁ ।