ଇ ପତ୍ରିକା - ରମାକାନ୍ତ ମିଶ୍ର

ଇ ପତ୍ରିକା - ରମାକାନ୍ତ ମିଶ୍ର


ଧନ୍ୟ କହିବା ଇ ପତ୍ରିକା ଗୁଡିକୁ
ଲୋକଲୋଚନ କୁ ଆଣିଛି ଆମ ଲେଖାକୁ
ଲେଖିବା ସୁବିଧା, ପଠନରେ ସୁବିଧା
ଦେଖିବାର ସୁବିଧା, ଦେଖାଇବାର ସୁବିଧା
ରଖିବାର ସୁବିଧା, ଖୋଜିବାର ସୁବିଧା
ପଠାଇବାର ସୁବିଧା, ଦେବାରେ ସୁବିଧା
ପୋଷ୍ଟ କରିବାରେ ନାହିଁ ଅସୁବିଧା
କାହାରିକୁ ପଚାରିବାରେ ନାହିଁ ବାଧା
ଲେଖା ସବୁ ଛପି ଯାଏ ବିନା ଦ୍ବିଧା
ଲେଖା ହେବା କଥା କିଂତୁ ଉତ୍ତମ ବିଧା
କୌଣସି ଅଜଣା ଅହଂକାରୀ ସଂପାଦକଂକ
ଗୋଷ୍ଟି ଭିତରେ ପଶିବାକୁ ନାହିଁ ଆତଂକ
ବର୍ଷକରେ ପୂଜା ସଂଖ୍ୟାରେ ଲେଖାଟିଏ
ବାହାରିଗଲେ ଲେଖକ ଟି ସାର୍ଥକ ହୁଏ
ଏବେ କିଂତୁ ନାହିଁ ଆଉ ସେ ଦୁଃଖ
ମନରେ ଆଉ ନାହିଁପତ୍ରିକା ପ୍ରତି ଖ୍ୟୋଭ
ଲେଖିକି ଖାଲି ଇ ମେଲ୍ ରେ ପଠାଇଲେ ହେଲା
ଦିନକ ଭିତରେ ଲେଖା ପ୍ରକାଶିତ ହେଲା
ଅସଂଖ୍ୟ ବଣମଲ୍ଲୀଂକର ହେଲା ଉଦ୍ଧାର
ଇ ପତ୍ରିକା ହେଉ ତୁମର ଜୟ ଜୟକାରକୁ

ରମାକାନ୍ତ ମିଶ୍ର
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧

0 Comments