
ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥି
ପୂଜା ପାଇବେ ଟି ମା ସରସ୍ଵତୀ
ବିଦ୍ୟାଳୟ ଆଉ ଶିକ୍ଷାୟତନ
ଖୁସିରେ ଉଛୁଳେ ସଭିଙ୍କ ମନ ।।
ସିଏ ଜ୍ଞାନ ଦାତ୍ରୀ ବିଦ୍ୟା ଦାୟିନୀ
ଶୁଭ୍ର ବସ୍ତ୍ର ପିନ୍ଧି ବୀଣା ବାଦିନୀ
ପିଲାଙ୍କ ହାତରେ ପାଇବେ ପୂଜା
ହୋଇବ ସତରେ କେତେ ଯେ ମଜା ।।
ଫୁଲ ଫଳ ମୂଳ ନେଇ ସଭିଏଁ
ପୁଷ୍ପାଞ୍ଜଳି ଦେବେ ସବୁ ପିଲାଏ
ପୂଜିବେ ମାଆ ଙ୍କୁ ଭକତି ମନେ
ସଫଳ ହୋଇବେ ତାଙ୍କ ଜୀବନେ ।।
ଗଳାରେ ତାଙ୍କର ମୁକ୍ତାର ହାର
କର୍ଣ୍ଣରେ ଶୋଭଇ ରତ୍ନ କୁଣ୍ଡଳ
ତାଙ୍କ କୃପା ବଳେ ଭଲ ମଣିଷ
ହୋଇ ରଖିଯିବା ଦେଶର ଯଶ
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି
ଚାନ୍ଦପୁର, ନୟାଗଡ଼, ପିନ୍-752024
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।