OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଦୈବ ଦୁର୍ବିପାକ - ପ୍ରସନ୍ନଜିତ ସାହୁ

ଦୈବ ଦୁର୍ବିପାକ - ପ୍ରସନ୍ନଜିତ ସାହୁ


ଦୈବ ଦୁର୍ବିପାକ ଆସୁଛି...
ମାମୁନୁ କହୁଛି ମାମୁନିକୁ ପୁଣି
ଛୁଇଁବୁନି ଜମା ପଲିଥିନ
ପଲିଥିନକୁ ସେ ଭୁଲିନି । ।
ଏପଟେ ସନିଆ ବଜାର ଯାଇଛି

ଦୋକାନ ବଜାର ଯେଉଁଠି ଦେଖହୋ
ପଲିଥିନ୍ ମୁହଁ ଦିଶୁଛି
ଯିଏ ଯାହା ନେବା ଆଣିବା କରୁଛି
ପଲିଥିନକୁ ସେ ଝୁରୁଛି । ।

ସରକାରଙ୍କର ପ୍ରଚାର ଶୁଣିକି
ପରିବେଶ ଚେଇଁ ଶୋଇଛି
ପଲିଥିନ ବନ୍ଦ୍ ପଲିଥିନ ବନ୍ଦ୍
ପ୍ରହସନ ପରି ଲାଗୁଛି । ।

ଯେତେ ମନଇଚ୍ଛା ପ୍ରଦୂଷଣ କର
ପରିବେଶ ତାକୁ ସହୁଛି
ଦୈବ ଦୁର୍ବିପାକ ନିଶ୍ଚୟ ଆସିବ
ଗୁମୁରି ଗୁମୁରି କହୁଛି  । ।

ଆଚାର୍ଯ୍ୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,
ନୂଆଗଡ, ଜଗତସିଂହପୁର, ପିନ - ୭୫୪୧୪୧

0 Comments