ଚନ୍ଦ୍ରିକା ଗୋ - ନାରାୟଣ ଚନ୍ଦ୍ର ସେନାପତି

ଚନ୍ଦ୍ରିକା ଗୋ - ନାରାୟଣ ଚନ୍ଦ୍ର ସେନାପତି


ଚନ୍ଦ୍ରିକା ଗୋ....
ତୁମେ ଯେବେ ଛୁଅଁ ସାଗର ଛାତିକୁ
ଫୁଲିଉଠେ ସେ
ଉତ୍ତାଳ ତରଙ୍ଗରେ ଭରିଦିଏ ପ୍ରତିପ୍ରାଣେ ଆନନ୍ଦର ଜୁଆର,,
ପୃଥିବୀର ମାଧ୍ୟାକର୍ଷଣ ସହିପାରେନା
ଟାଣି ଆଣେ ତାକୁ କରିବାକୁ ଆଲିଙ୍ଗନ
ହେଲେ ଅନିଚ୍ଛାରେ ତୁମ ଆନନ୍ଦର ଅବସାନ ହୁଏ
ସୃଷ୍ଟିହୁଏ ଦୁଃଖର ଭଟ୍ଟା
ପ୍ରତିଧ୍ବନିତ କରି  ବିଦ୍ରୁପର ଧ୍ଵନି ।।
ଚନ୍ଦ୍ରିକା ଗୋ...
ସୁନ୍ଦରୀ ବୋଲି କି ଅହଂକାର ତୁମର
ତୁମ ମିଥ୍ୟା ପ୍ରତିଶ୍ରୁତି ଗଢିତୋଳେ ପ୍ରତାରଣାର ସ୍ତମ୍ଭ
ମଜାରେ,ବିଦ୍ରୁପରେ ଖେଳୁଥାଅ ସଭିଙ୍କ ସାଥିରେ,
ଜାଣିନ କି...?
ଜୀବନ, ଯୌବନ ନୁହଁ ଚିରସ୍ଥାୟୀ
ଆଜି ଯେ ଆକର୍ଷଣର କେନ୍ଦ୍ରବିନ୍ଦୁ
ସମୟର ସ୍ରୋତ ହଜାଏ ତାକୁ
ଭରେ ଖାଲି ନିନ୍ଦାର ତୀର୍ଯ୍ୟକ ବିକର୍ଷଣ।
ଚନ୍ଦ୍ରିକା ଗୋ...
କଲ ବିଦ୍ରୁପ ଆଭାସୀ ଛଳ ନିମନ୍ତ୍ରଣ ବିଚରା ଶଂଶାକୁ
ଭରି ଦେଇଥିଲା ପ୍ରବଂଚନାର ଆଶା
ବିଚରା ତୃଷାର୍ତ୍ତଟା ଦୌଡୁଥିଲା
ପିଇବାକୁ ଟିକେ ଜଳ,
କିଏ ଜାଣିଥିଲା
ତୁମ ପ୍ରେମ ଥିଲା ମରୀଚିକା
କ୍ଲାନ୍ତ ହୋଇ ହା ଜଳ କହି ମରିଗଲା ସିନା
ତୁମଠି ଲାଗିଲା କଲଙ୍କର ଛିଟା
ତୁମ ଅଗୋଚରରେ ଅଯତ୍ନରେ।
ଚନ୍ଦ୍ରିକା ଗୋ....
ଜାଣିନ କି..?
ତୁମ ଉନ୍ମାଦ କ୍ଷଣସ୍ଥାୟୀ
ଘନ କଳା ବାଦଲଟା ମାଡ଼ିଆସେ ଯେବେ
ଭାଙ୍ଗିଯାଏ ତୁମ  ଔଦ୍ଧତ୍ୟ,
ଦିବାକର ଔଝଲ୍ଲ୍ୟତାରେ ଲୁଚିଯାଅ ଚୋର ପରି
ସାଜ ଦୁର୍ବଳ ପଳାୟନପନ୍ଥୀ,
ଯଦି ଅଛି ସ୍ପର୍ଦ୍ଧା. . 
କର ପ୍ରମାଣ, ଦିଅ ସିଦ୍ଧାନ୍ତ..
ସୁନ୍ଦର ମିଥ୍ୟା ନୁହଁ ଚିରନ୍ତନ ସତ୍ୟ,
ମୁ ଜାଣେ ତୁମେ ପାରିବନି କାହିଁକି ନା
ଆନନ୍ଦ ପରା ଚିରସ୍ଥାୟୀ ନୁହଁ
ଖୁସିଟା ବିଷାଦର କୋଳଗ୍ରତ ଚିଜଟିଏ,
ତେବେ  କାହିଁକି କର ଏ ବୃଥା ଆସ୍ଫାଳନ..
ଢାଳି ଦିଅ ମାନବିକତାର ଅର୍ଘ୍ୟ ପ୍ରତିଟି ହୃଦୟେ
ବିଛାଇଦିଅ ଉଦାରତାର କୁସୁମ
ସଭିଙ୍କ ଚଲାପଥରେ ।।

ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର

0 Comments