ଚମକି ଉଠେ ରେ ଛାତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଚମକି ଉଠେ ରେ ଛାତି - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ବାହାରେ ବରଷା ରାତି
ଚମକି ଉଠଇ ଛାତି
ସୈାଦାମିନୀ ନାଚେ ଦେଖ ସାଥି
ବରଷାର ରିମି ଝିମି
ପାଉଁଜି ଶବଦ ଶୁଣି
ସତେ ଚହଲି ଯାଉଛି ଧ୍ୟାନ ଧୃତି  ।।

ରଡିଛାଡେ ଘଡଘଡି
ରାତି ତ ଯାଉଛି ଗଡ଼ି
ବର୍ଷା ଗାଉଛି ବିଚ୍ଛେଦ ଗୀତି
ଆଖି ପାଣି ଆଖି ମାରେ
ହୃଦୟରେ ନିଆଁ ଜଳେ
ଏଇ ମନ ତଳେ କାମନାର ତାତି   ।।

ଏକାଳେ ଏକା କୁଟୀରେ
କେତେ ଆଶା ଏ ମନରେ
କିଏ ଗାଏ ପ୍ରଣୟ ର ଗୀତି
ଆଶା ବିଶ୍ଵାସ ର ବୀଣା
ହୃଦୟ ତନ୍ତ୍ରୀ ରେ ଅନା
କିଏ ଭରିଦେଇଅଛି ଏତେ ତାତି  ।।

ବାଉଳା ହେଲାଣି ମନ
ଆସ ଆସ ଜୀବଧନ
ରସେ ରସୁ ଗୋ ବରଷା ରାତି
ମୋ ଜୀବନର ସାଥି
ଯୁଗ ଯୁଗାନ୍ତର ପ୍ରୀତି
ସତ୍ୟ ଶାଶ୍ଵତ ତୁମେ ମୋ ପ୍ରୀୟବତୀ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments