OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବ୍ୟଥା - ବିଜୟଲକ୍ଷ୍ମୀ ଭୋଇ

ବ୍ୟଥା - ବିଜୟଲକ୍ଷ୍ମୀ ଭୋଇ


ବ୍ୟଥା ମୋର ଏଇ ଭଗ୍ନ ହୃଦୟର
କାହା ଆଗେ ପାରେନା କହି
ମନ ଭିତର କୋହ ସବୁ 
ଆପେ ଆପେ ଗଲାଣି ମରି  ।
ମୋର ଦୁଇଟି ଆଖି ଲୁହ ଧାରରେ
ଲେଖାତ ତୁମରି ନାଁ
କେମିତି କହିବି ମୋ ହୃଦୟ ବେଦନା
ମୁଁ ନିଜେବି ଜାଣିପାରେନା   ।
ଯେତେ ଚାହିଁ ଲେବି ଭୁଲି ମୁଁ  ପାରୁନି
ଅତୀତର ସେହି ସୃତି
ମନେ ପଡିଗଲେ ସେହି ସୃତି ଆଜି
ଜଳିଯାଏ ମୋର ଛାତି   ।
ନଈର ସୁଅକୁ ଡର ନାହିଁ  ମୋର
ସମୟ ସୁଅକୁ ଡର
ଯେଉଁସୁଅ ଆଜି ତୁମକୁ
କରିଛି  ମୋ ଠାରୁ ବିଚ୍ଛିନ୍ନ    ।
ଯାହା କାନ୍ଧେ ଚଢି ନଈ ସେପାରିକୁ     
ଯାଉଥିଲି  ପାଠପଢି
ସଂପର୍କର ମାନେ ବୁଝିନଥିବା ସମୟ
ମୋ ଠାରୁ ନେଲା ତା'କୁ ଛଡାଇ   ।
ସ୍ନେହ ମମତାରେ ଭରା ତା'ର ହୃଦୟ
ତା' କୋଳେ ରହିଛି ସରଗ ସୁଖ
ସୂର୍ଯ୍ୟ ବୁଡ଼ିଯାଏ । ସନ୍ଧ୍ୟା ନଇଁ  ଆସେ
ତା' କୋଳେ ଥାଏ ମୋ ଶୀର  ।
ଫେରି ଆସନ୍ତାକି ଥରଟିଏ ସେ ଦିନ
ସୃତି ସାମୁକାରେ ସାଇତି ରଖନ୍ତି।
ସାରା ଜୀବନ, ଚିର କାଳ
ସାରା ଜୀବନ, ଚିର କାଳ  ।

ବିଜୟଲକ୍ଷ୍ମୀ ଭୋଇ 
ଓଡିଶା ଭାଷା ଓ ସାହିତ୍ୟ ବିଭାଗ ଛାତ୍ରୀ
ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର

0 Comments