
ଅଲକତ ପାଦ ବୀଣାଧାରୀ ହସ୍ତ
ବ୍ୟସ୍ତ ବିବର୍ଜିନି ମାତା,
ବିଷ୍ଣୁ ମନୋହାରୀ ବୈକୁଣ୍ଠ ବିହାରି
ବୈଷ୍ଣବୀ ସେ ଶବ୍ଦସ୍ରୋତା,
ମରାଳ ବାହିନୀ ହସ୍ତେ କୋକନଦ
ନାଦ ସ୍ରଷ୍ଠା ବିଦ୍ୟାଦାତ୍ରୀ,
ଦେବ, ଦାନବ ଓ ମାନବେ ବନ୍ଦିତା
କଣ୍ଠତଟେ ଅଦ୍ଧିଷ୍ଠାତ୍ରୀ.
ବେଦ ଆଦ୍ୟାକ୍ଷରୀ ଓଁକାର ଝଙ୍କାରୁ
ବ୍ରହ୍ମାଙ୍କ ମାନସୀ ପୁତ୍ରୀ,
ପଞ୍ଚମ ନାଦରେ ବିଷ୍ଣୁ ମନୋହାରୀ
ହାର ମୁକ୍ତା ଶୂଭ୍ରକାନ୍ତୀ.
କବିଙ୍କ ଜନନୀ ନିଃସ୍ୱାର୍ଥେ ଦାୟିନୀ
ମନ୍ଦରାଗୀ ଛନ୍ଦମୟା,
ଆନମନା ନୋହି ହୀତେ ମୁରୁଖର
କଣ୍ଠତଟେ ହୁଅ ସାହା.
ବୟାଳିଶି ରାଗେ ତୋହରି ଆୟତା
ଶ୍ରୋତା ବକ୍ତା ଅଭିନେତା,
ମଙ୍ଗଳ ମହୁରୀ, କନ୍ନଡ଼, ଗୁଜ୍ଜରୀ,
ବଙ୍ଗଳାଶ୍ରି, ଚ଼ୋଖୀ, ଖ୍ୟାତା.
ଜମକ ଶିକୁଳି ମଧ୍ଯଯୁଗ୍ମ କାରି
ଛନ୍ଦ ଆରୋହ ବରୋହ,
ବନ୍ଧ ଚ଼ମ୍ପୁ ଚଉପଦୀ ଲଘୁ ଉର୍ଦ୍ଧ
ସାହିତ୍ୟ ସଂମ୍ଭାର ମୟ.
ତୋହ ପ୍ରତିଦାନେ ଜଡ଼ ବେଦ ଭଣେ
ଉଚ୍ଚାରଣ ଉଚ୍ଚାଟନେ,
ମୁଁ କିବା ବର୍ଣ୍ଣିବି ତବ ପଦ ଭାବି
ହୀନ କର୍ମା ବୃଥା ମନେ.
ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।