"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ବିଦ୍ୟାଦାତ୍ରୀ ମାଆ ବୀଣାପାଣି - ସଦାନନ୍ଦ ସାହୁ

ବିଦ୍ୟାଦାତ୍ରୀ ମାଆ ବୀଣାପାଣି - ସଦାନନ୍ଦ ସାହୁ


ରତ୍ନ ଆଭୁଷଣୀ   ମାଆ'ବୀଣାପାଣି
      ବାଗ୍ଦେବୀ ସରସ୍ଵତୀ
ମାଘ ଶୁକ୍ଳପକ୍ଷ ଆବାହନ ଦିନ
     ଆଜି ଶ୍ରୀପଞ୍ଚମୀ ତିଥି ! 1!

ବିଦ୍ୟାଦାତ୍ରୀ ମାତା ମର୍ତ୍ତ୍ଯେ ତବ' ଧ୍ଵଜା
       କଣ୍ଠ ଅଭୁଷଣା ସୁତା
 ବିଦ୍ୟାର୍ଥୀ ଶିକ୍ଷାର୍ଥୀ ଗୁରୁମା ଗୁରୁଜୀ
       ସଭିଙ୍କର ସୁନା ମାତା  ! 2!

ତବ ପାଦପଦ୍ମ ଶୁଭ୍ରକାନ୍ତି ବେଶ
     ତ୍ରୀପୁରେ  ଅର୍ଜିଛି ଖ୍ଯାତି
ପାଦରେ ଅଳତା କଟିମାଳା ସୂତା
     ଗଳାରେ  ମୁକୁତା ମୋତି  ! 3 !

କଜଳେ  ପୂରିତ ନୟନ ଯୁଗଳ
    ନାସାରେ ଶୋଭିତ ଗୁଣା
କର୍ଣ୍ଣରେ କୁଣ୍ଡଳ  ଝରା ଶେଫାଳିତ
    ହସ୍ତେ ଶୋଭାପାଏ ବୀଣା ! 4!

ଶୁଭ୍ରା ବର୍ଣ୍ଣବେଶା  ହେ' ମାଆ ଶର୍ମିଷ୍ଠା
       ଦିଅ ମାଆ ଶୁଭ ଆଶିଷ
ବିଦ୍ୟାବୁଦ୍ଧି ଅର୍ଜି ଭାବେ ଯିବୁମଜ୍ଜି 
      ଓଠରୁ  ଝରିବ  ହସ  ! 5!

ଶୁଭ ଅବସରେ ଆସ ମାଆ  ସରାଗେ
      ଢାଳିବୁ ଭକତି ଅର୍ଘ୍ୟ
ଶୁଭ୍ର ପୁଷ୍ପ ଯେତେ  ସମର୍ପିବୁ ସେତେ
       ଉଚ୍ଛୁଳି ପଡିବ ମର୍ତ୍ତ୍ୟ  ! 6!

ଜଗତ ଜନନୀ  ମାଆ ବୀଣାପାଣି
      ରତ୍ନପ୍ରସୁ    ସରସ୍ଵତୀ
କବି କଣ୍ଠେ ବସି କହୁ ଥିବ ନିତି
    ଲେଖନୀ କୁହୁକ ଜ୍ୟୋତି  ! 7!

ହସ୍ତେ ପୁଷ୍ପାଞ୍ଜଳି  ବନ୍ଦାପନା ଥାଳି
        ମହାର୍ଘ୍ୟତିଥି'ର ସ୍ମୃ୍ତି
ହେ'ମାଆ ବିଜୟା କର ବାରେ ଦୟା
       ଅଚିରେ ବଢିବ ପ୍ରୀତି   !8!

ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ, କଟକ 

0 Comments