ବର୍ଷା ସ୍ମୃତି - ରମାକାନ୍ତ ବେହେରା


ମନେ ପଡେ ଆଜି ସେଦିନର କଥା
ଯେବେ ଚାହିଁଲି ତୁମକୁ ରହି
ବର୍ଷା ଆସି ପଛେ ଭିଜେଇଲା ମୋତେ
ମୁ ରହିଲି ତୁମକୁ ଚାହିଁ    ||

ବର୍ଷାରେ ବର୍ଷାରେ ଦେହଟା ଓଦାରେ
ଦେହ ମୋ ଯାଉଛି ଥରି
ତଥାପି ଚାହିଁ ମୁଁ ରହିଥିଲି ବର୍ଷା
ତମେ ଆସିବା ଛତାଟେ ଧରି ||

ବେଳ ଗାଡି ପଛେ ରାତି ହୋଇଗଲା
ହେଲେ ତମେ ତ ଆସିଲ ନାହିଁ
ତଥାପି ପାଗଳ  ଆଖି ଡଳ ଡଳ
ରହିଲା  ତୁମକୁ ଚାହିଁ      ||

ଶୀତ ବି ଲାଗିଲା ଡର ବି ଲାଗିଲା
ତମ ବାଟ  ଚାହିଁ  ଚାହିଁ
ଆଜି ପ୍ରଶ୍ନ କାହିଁ ଉଙ୍କି ସେ ମାରୁଚି
କାହିଁ ବର୍ଷା ମୋ ଆସିଲା ନାହିଁ  ||

ରମାକାନ୍ତ ବେହେରା
ନରସିଂହପୁର, କଟକ

2 Comments

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।