ବାକ୍ୟଦେବୀ ନମସ୍ତୁତେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବାକ୍ୟଦେବୀ ନମସ୍ତୁତେ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର


ସ୍ଵାଗତ ବନ୍ଦନା ଗୀତ        ପ୍ରକୃତି ହୋଇ ମୋହିତ
ପଞ୍ଚମ ତାନରେ ପରଭୃତ ସ୍ଵରେ      କରେ ଧରା ନିନାଦିତ
ହୋଇଉଠେ ଗୁଞ୍ଜରିତ       ଭ୍ରମର ଗୁଞ୍ଜନ ଶବ୍ଦ
ଶୁଭ୍ରବୀଣା ସ୍ଵର ବାଜିଉଠିଲାକି       ଏମାନ ହୁଏ ପ୍ରତିତ
ମାଘ ଶୁକ୍ଳ ପଞ୍ଚମୀ ରେ        ବିଜେ କରିବେ ମହୀରେ
ବୀଣାପାଣି ନୀରା-ଜନା ପାଇଁ ଜନ      ଜୀବନ ହୁଏ ପ୍ରସ୍ତୁତ  ।।

ଶୀତଳ ଚୋରା ବସନ୍ତ   ହୋଇଆସେ ପ୍ରବାହିତ
ଦୂର୍ବାଦଳ ଶିରେ ଶୀତ ସିକ୍ତ ଜଳ        ମୁକ୍ତା ପରାୟ ଶୋଭିତ
ଦିଗପାଳ ମାନ ମିଳି           ହାତରେ ମୁକୁତା ମାଳି
ସତେ ଭଗବତୀ ଗଳାରେ ଲମ୍ବାଇ       କରୁଅଛନ୍ତି ସ୍ଵାଗତ
ବସନ୍ତ ପଞ୍ଚମୀ ତିଥି           ଆସ ଆସ ମହାଦେବୀ
ଏ ଘୋର ଅଜ୍ଞାନ ଅନ୍ଧାର କାଳେ            ଜାଳି ଦେଇ ଜ୍ଞାନଦୀପ  ।।

ଶୁଭ୍ର ରଜତ ବରନା          ଶ୍ଵେତ ପୁଷ୍ପ ପଦ୍ମାସନା
ଶ୍ଵେତ ହଂସ ରୁଢା ବିଦ୍ୟାପ୍ରଦିୟିନୀ       ବିଷ୍ଣୁ ପାଟରାଣୀ ମାତ
ଶ୍ଵେତାମ୍ଵର ପରିହିତ           ବୀଣା ପୁସ୍ତକ ଶୋଭିତ
ଦେବୀ ବାଣୀ ବୀଣାପାଣି ସରସ୍ଵତୀ        ତୋ ପଦେ ଚିର ଆଶ୍ରିତ
ପ୍ରଫୁଲ୍ଲ ଶୁଭ୍ର ଫୁଲରେ          ବନ୍ଦେ ସେ ପଦ୍ମ ପୟରେ
ଜ୍ଞାନଦାତ୍ରୀ ମହାମାୟୀ ଶାରଦେ       ବାରେ ଦୟାକର ଜଗନ୍ମାତ  ।।

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments