ବୀର ସୁରେନ୍ଦ୍ର ସାଏ - ରମାକାନ୍ତ ମିଶ୍ର



ସଂବଲପୁରର ସୁଯୋଗ୍ୟ ଦାୟାଦ
ହେ ମହାନ୍ ବୀର ସୁରେନ୍ଦ୍ର ସାଏ !
ଜାତୀୟ ଆଂଦୋଳନର ହେ ମହା ପୁରୋଧା
ପ୍ରଜ୍ବଳିତ କରିଥିଲ ବିପ୍ଳବାଗ୍ନି ଏ ସଂବଲପୁର ମାଟିରେ
ଚିହ୍ନିନି ତୁମର ମୂଲ୍ୟ ଏ ଉତ୍କଳ ଦାୟାଦ ଆଜି ଯାଏ |
ବଂଦି ହୋଇ ଥିଲ ବହୁବାର ଇଂରେଜ ଶାସନରେ
ଏବେ କିଂତୁ ବଂଦି ନିମ୍ନ ପ୍ରାଥମିକ ପାଠ୍ୟପୁସ୍ତକରେ |
କୃତଘ୍ନତା କରିଥିଲା ଦୟାନିଧି ମେହେର
ଶିଖି ମନାଇର ଜାତିଭାଇ
ଦେଇଥିଲା ତୁମକୁ ଧରାଇ ତୁମ ଜନ୍ମଦିନ
୨୩ ତାରିଖ ପୌଷ ପୂର୍ଣମୀ ଦିନ |
ଜାତି ପାଇଁ, ଦେଶ ପାଇଁ ଦେଲ ବଳୀଦାନ
ତୁଚ୍ଛ କରି ନିଜ ଜୀବନ, କଲ ଏ ଜାତିକୁ ମହାନ
କିଂତୁ ତାର କି ପ୍ରତିଦାନ ଦେଇଛି ଏ ଜାତି ?
ଶୁଣେ ତୁମ ଉତ୍ତର ଦାୟାଦ ଆଜି ପାଏ ନାହିଁ
ଜୀବନ ଧାରଣ କରିବା ପାଇଁ ସ୍ଥାନ ?
ତୁମ ସାଥେ ଯେଉଁମାନେ କରି ଥିଲେ
ଦେଶ ପାଇଁ ସ୍ବାଧିନତା ସଂଗ୍ରାମ
ତାଂକ ଜାତିଠାରୁ ପାଇଛଂତି ପ୍ରତିଦାନ |
କିଂତୁ ତୁମର ଦୁର୍ଭାଗ୍ୟ ତୁମେ ଜନମିଲ
ଏ ମାଟିରେ ଯେଉଁ ଠାରେ
କେହି କାହାରିକୁ କରଂତି ନାହିଁ ମହାନ !
ଗୋଛିକଟା ଜାତି ଏତ,
ସୁଧୁରିନି କେବେବିତ
ଦିନକୁ ଦିନ ଯାଏ ରସାତଳ
ତେବେ ବି କରେ ନାହିଁ
ତୁମ ପରି ବୀରଂକର ଆଦର |

ଶ୍ରୀ ରମାକାନ୍ତ ମିଶ୍ର 
ଭି.ଆଇ.ଏମ. - ୨୬୮, ଶୈଳଶ୍ରୀ ବିହାର 
ଭୂବନେଶ୍ୱର - ୭୫୧୦୨୧

0 Comments