
ମୋ ମନ ଆକାଶ ଦୂର ଦିଗ୍ ବଳୟ
ଅଙ୍କି ବାକୁ ଏକ ସୁନ୍ଦର ଚ୍ଛବି
ତୁମେ ହେବ ମୋର ସ୍ଵପ୍ନ ଇନ୍ଦ୍ରଧନୁ
ଭବରେ ବିହ୍ଵଳ ହୋଇବେ କବି
ମୋ ରଙ୍ଗ ତୂଳୀରେ ତୁମ ରଙ୍ଗ ଛିଟା
ଆଙ୍କି ଦେଲେ ଚ୍ଛବି ତପ୍ତ ଭାସ୍କର
ସେ ରବି କିରଣ ତୀର୍ଯ୍ୟକ ରଶ୍ମିରେ
ଭରା କ୍ରାନ୍ତ ମୋର ମନ ଶରୀର
ବାଘ ନିଶ ହଲା ନାରଙ୍ଗୀ ରଙ୍ଗରେ
ବସ୍ତ୍ରାବୃତ୍ତ ତୁମ ବକ୍ଷ ଯୁଗଳ
ବରଷା ଛିଟା ର ମୋତି ମାଣିକ୍ୟ ର
ଦିବାକର କର ଢାଳେ ଉଜ୍ଜ୍ଵଳ
ଶିକ୍ତ ବସ୍ତ୍ର ପିନ୍ଧି ଗିରି ଶିଖରରେ
ପାଦ ଥାପ ଯେବେ ହେ କୋମଳାଙ୍ଗୀ
ଅପଲକ ନେତ୍ରେ ଭାବ ବିହ୍ଵଳ ରେ
ଅପାଶୋରା ତୁମ ନର୍ତ୍ତନ ଭଙ୍ଗି
ଅନିନ୍ଦ୍ୟ ସୁନ୍ଦର ବେଶ ପରିପାଟି
ଆନ୍ଦୋଳିତ କରେ ମନ ଓ ପ୍ରାଣ
ଚପଳ ମାନବ ଚପଳତା ଜ୍ଞାନେ
ହରସେ ମନରେ କରେ ଗମନ
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।