
ଦିଳ୍ଲୀ ଚଲୋ ଦିଲ୍ଲୀ ଚଲୋ.....
ମୋ ଜନ୍ମ୍ ମାଟିର ସିପାହୀ ଗଣ
ମାତୃଭୂମି କୁ ଶୃଙ୍ଖଳ ମୁକ୍ତ
କରିବାକୁ ମୁଁହିଁ କରିଛି ପଣ..... I
ଆମ ମାତୃଭୂମି ହିନ୍ଦୁସ୍ତାନ ଆଜି
ବନ୍ଧା ପଡିଚି ବିଦେଶୀ ହତେ
ଶୃଙ୍ଖଳ ମୁକ୍ତ କରିବି ମାଆକୁ
ରକ୍ତ ନିଗାଡ଼ି ଦିଅ ମୋ ହାତେ..... I
ହିନ୍ଦୁସ୍ତାନ ର କିଏ ସେହି ବୀର?
ମାତୃଭୂମିର ସୁରକ୍ଷା ପାଇଁ
ନିର୍ବଳ ଯେତେ ଙ୍କୁ ଜାଗ୍ରତ୍ କଲା
ଶତ ସିଂହର ବଳ ଯୋଗାଇ
ଗିରି କନ୍ଦରରୁ ଝଂକୃତ ହେଲା... I
ଜୟହିନ୍ଦ୍ ର ଶବ୍ଦ ଲହରି
ଦୋହଲାଇ ଦେଲା ବିଦେଶୀ ମାଟିର
ବନ୍ଦୀଶାଳା ର ରୁଦ୍ଧ କୋଠରୀ... I
ନଜରବନ୍ଦୀ ରେ ରହିଥିଲେ ଯେତେ
ହିନ୍ଦୁସ୍ଥାନ ର ବନ୍ଦୀ ସିପାହୀ
ଯୁଦ୍ଧ ଭୂମିକୁ ଲମ୍ଫ ମାରିଲେ
ନିଜ ଜିବନକୁ ପାଣି ଛଡେଇ.... I
ତୁମରି ରକ୍ତରେ ରଞ୍ଜିତ କରି
ମୁକ୍ତ କରିଦେବି ମୋ ହିନ୍ଦୁସ୍ଥାନ
ରକ୍ତ ଦିଅ ମୋତେ ବକ୍ଷୁ ନିଗାଡ଼ି
ଫେରାଇ ଆଣିବି ଦେଶ ସ୍ୱାଧୀନ.. I
ମାତୃଭୂମିର ଡାକରା ଶୁଭିଲା
ଭଙ୍ଗା ମନରେ ସଞ୍ଚlରି ବଳ
ଜନ୍ମ୍ ମାଟିର ମମତା ଜାଗିଲା
ଏକଠାବେ ସବୁ ହୋଇଲେ ଠୁଳ... I
ଆଜାଦ୍ ହିନ୍ଦୀ ଫଉଜକୁ ନେଇ
କଦମ୍ କଦମ୍ ମାଡି ଆଗକୁ
ଶତୃ ସଇନଙ୍କ ମୁକାବିଲା କରି
ଫେରି ଆସିଥିଲେ ଜନ୍ମ ମାଟିକୁ..... I
ଓଡିଶା ମାଟିରେ ଜନ୍ମ ନେଇଥିବା
ନିର୍ଭୀକ ବୀର ଆମ ନେତାଜୀ
ସ୍ଵରାଜ୍ୟ ପାଇଁ ନିଜ ଜୀବନକୁ
ବିଦେଶୀ ହାତରେ ରଖିଲେ ବାଜି... I
ଧନ୍ଯ ସେ ବୀର ଧନ୍ୟ ତା ବୀରତ୍ୱ
ଚକିତ କରିଲା ବିଦେଶୀ ଜନ
ଏବେ ବି ଅଜଣା ମୃତ୍ୟୁ ତାଙ୍କର
ଶଙ୍କlରେ ଖୋଜିଛି ଶତୃ ସଇନ.... I
କୁମୁଦ ଚନ୍ଦ୍ର ଦଳେଇ
ପୋଲସରା, ଗଞ୍ଜାମ
0 Comments
ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।