ଫେରିଆସ ହେ ସ୍ୱାଭିମାନୀ ବୀର - ନାରାୟଣ ଚନ୍ଦ୍ର ସେନାପତି

ଫେରିଆସ ହେ ସ୍ୱାଭିମାନୀ ବୀର - ନାରାୟଣ ଚନ୍ଦ୍ର ସେନାପତି


କେତେ ଯେ ଆଶାଦେଇ...
କେଉଁଆଡେ ଅଦୃଶ୍ୟ ହୋଇଗଲ ହେ ନେତାଜୀ
ବିଚାରୀ ଭାରତମାତାଟା
ସେଇଦିନୁ ଅନାଇ ରହିଛି ତୁମ ଫେରିବା ବାଟକୁ ।
ଆଖିରେ ଆଖିଏ ଲୁହ
ବୁକୁରେ ବୁକୁଏ କୋହ ଧରି
ଝୁରୁଛି ଭାଳି ଭାଳି ତୁମ କୀର୍ତ୍ତି,ତୁମ ସ୍ମୃତି
ତୁମ ବୀରତ୍ୱ ସଙ୍କଳ୍ପ ଓ ଅଗ୍ନିବର୍ଷୀ ଆହ୍ୱାନକୁ ସ୍ମରଣ କରି॥
ସେଦିନ ଓଡିଆ ମାଟିଟା ଗର୍ବରେ ଫାଟିପଡିଲା ତୁମ ଆବିର୍ଭାବରେ
ଐତିହାସିକ କଟକ ଟା ଚକଚକ କଲା ଏନ୍ତୁଡିଶାଳର ନିଆଁରେ
ଗୁରୁଜୀ ଗୁରୁମାଙ୍କ ସ୍ନେହାଶିଷ ତୁହାଇ ତୁହାଇ କହିଲା ବାଃ ସୁଭାଷ ବାଃ
 ଫାଷ୍ଟ୍ କ୍ଲାସ୍ ଫାଷ୍ଟ, ଆଇ ସି ଏସ୍ କୃତିତ୍ୱ
ଆନନ୍ଦର ନିଶୁଣିଟା ଚୁମିଲା ନଭଶ୍ଚୁମ୍ବୀ ପ୍ରାସାଦ
ଗର୍ବରେ ଉତ୍ଫୁଲ୍ମ୍ଲିତ ହେଲା ମା' ମାଟି
ଯେବେ ବି ଶୁଣିଲ ସୈତାନ୍ ଇଂରେଜଙ୍କ ଅତ୍ୟାଚାର
ତେଜ୍ୟ କଲ ଆଇ ସି ଏସ୍
ଗର୍ଜନରେ ପ୍ରକମ୍ପିତ କଲ ମେଦିନୀ
ବିଚ୍ଛୁରିତ କଲ ବିପ୍ଳବର ଆହ୍ୱାନ
ମା'ର ସମ୍ମାନ ଆଉ ଟିକିଏ ସ୍ୱାଧିନତା ପାଇଁ॥
ଯେବେ ବି ଶୁଣିଲ ଅମୃତସରର ପିଡିତଙ୍କ ଆର୍ତ୍ତଚିତ୍କାର
ତେଜିଲ ଗାନ୍ଧିବାଦୀ..ଦୂରାଇଲ କଂଗ୍ରେସ୍
ଜାଳିଲ ବିଦ୍ରୋହର ଲେଲିହାନ୍ ବହ୍ନିଶିଖା
କଲ ଜର୍ମାନ୍ ଜାପାନ୍ କୁ ମଧୁଯାତ୍ରା
ପାଇଲ ସହାନୁଭୂତିର ଆଲିଙ୍ଗନ
ଡାକିଲ ଦିଲ୍ଲୀ ଚଲୋ..
ଭୟଭୀତ ହେଲା ଫିରିଙ୍ଗି
କହିଲା ..ବାଃ ବାଃ ରେ ଆନ୍ତର୍ଜାତିଯ ବୀର
ତୋତେ କୋଟି ସଲାମ୍॥
ଆଜିବି ଜାତି ଯେବେ ମନେ ପକାଏ ସେ ବଜ୍ରବାଣୀ
ମୋତେ ରକ୍ତଦିଅ..ମୁଁ ଦେବି ସ୍ୱାଧିନତା
ଯେଶାକୁ ତେଶା..ଗୁଳିର ଜବାବ ଗୁଳିରେ ଦିଅ
ଲୋମ ମୂଳ ଟାଙ୍କୁରି ଉଠେ
ରକ୍ତ ଟକ୍ ଟକ୍ ହୋଇ ଫୁଟେ
ମାତ୍ର ଦୁଃଖ ଲାଗେ...
ଭୁଲିଛି ଏ ଆର୍ଯ୍ୟ ତା ଧର୍ମ
ଲୁଚି ଲୁଚି ଅନାର୍ଯ୍ୟର ସୁଡଙ୍ଗରେ
ସାଜିଛି ସ୍ୱାର୍ଥପରତାର ଗୋଲାମ
ନିଜ ସ୍ୱାଭିମାନକୁ ପଦାଘାତ କରି॥
ଫେରିଆସ ହେ ସ୍ୱାଭିମାନୀ ବୀର ସେ ଶୂନ୍ୟମାର୍ଗରୁ
ଶିଖାଅ ଏ ଜାତିକୁ ପୌରୁଷତ୍ୱ କ'ଣ
ବୁଝାଅ ଏ ମାନବକୁ ନେତାର ସଂଜ୍ଞା
ଶିଖାଅ ହିନ୍ଦୁସ୍ଥାନୀକୁ ଅସଲ ଯୁଦ୍ଧ
ଘୁଞ୍ଚିଯାଉ ଚୀନ୍,ପାକିସ୍ଥାନ୍,ବାଂଲାଦେଶ ଶ୍ୱାନ ଶୃଗାଳପରି
ହସୁ ମୋ ଭାରତମାତା ପୁଣି ତୁମକୁ କୋଳରେ ପାଇ॥

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments